ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ – ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖୋଲା ରହିବ । ପରବର୍ତ୍ତୀ କାଳରେ କରୋନା ସ୍ଥିତି ଦେଖି  ନିଷ୍ପତ୍ତି ନିଆଯିବ । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। କରୋନା ଗାଇଡଲାଇନ୍ ମାନି ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧିକୁ ନଜରରେ ରଖି  ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀର ବିଭିନ୍ନ ସରକାର ଓ ବେସରକାରୀ କଲେଜ , ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଛାଡିବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଯାହାକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ଆଗକୁ ପରୀକ୍ଷା ଥିବାବେଳେ କରୋନା ଆଳ ଦେଖାଇ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶର ପ୍ରତିବାଦ କରିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ। କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ନ କରିବା ଦାବିରେ ଅଡିବସିଥିଲେ ଛାତ୍ରଛାତ୍ରୀ।

Leave A Reply

Your email address will not be published.