ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାସନ ଧରି ଫେରୁଥିବା ବେଳେ ଓଲଟିଲା ଟ୍ରକ୍‌ , ଦମ୍ପତିଙ୍କ ସମେତ ୩ ମୃତ

ବାରିପଦା : ଶନିବାର ମୟୂରଭଞ୍ଜରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ରବିବାର ପୁଣି ଏକ ଟ୍ରକ୍‍ ଓଲଟି ଦମ୍ପତିିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି।
ବାରିପଦା ସଦର ଥାନା ଅଧୀନ ପୁଚୁସାହି ନିକଟରେ ଏହି ଟ୍ରକ ଓଲଟି ପଡ଼ିବାରୁ ୩ ମୃତକଙ୍କ ବ୍ୟତୀତ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବାରିପଦାସ୍ଥିତ ପିଆରଏମ୍‍ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଦମ୍ପତି ହେଲେ ବେସରପାଣି ଲୋଧାସାହିର ଦୋଉରା ଭକ୍ତା (୫୫) ଓ ତାଙ୍କ ପତ୍ନୀ ଜନି (୪୫) ଏବଂ କେନ୍ଦୁଝରୀ ଗ୍ରାମର ସନଫାଗୁ ମାଝୀ(୬୫)। ସୂଚନା ଅନୁସାରେ, ଶିମିଳିପାଳ ସଂଲଗ୍ନ ଇଲାକାରେ ଥିବା ବେସରପାଣି ଲୋଧାସାହି ଓ କେନ୍ଦୁଝରୀ ଗ୍ରାମର ଲୋକେ ଶାମାଖୁଣ୍ଟା ବ୍ଲକର କେନ୍ଦୁଆ ପଞ୍ଚାୟତ ଅଫିସ୍‍କୁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ନେଇ ଏକ ଟ୍ରକରେ ଘରକୁ ଫେରୁଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ଲୁଲୁଙ୍ଗ-ବାରିପଦା ରାସ୍ତାପାର୍ଶ୍ବ ଏକ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜନିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିଲେ।

ସମସ୍ତଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ୱାମୀ ଦୋଉରା ଓ ସନଫାଗୁଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଟ୍ରକକୁ ଜବତ କରାଯାଇଛି। ମୃତ ୩ ଜଣଙ୍କ ଶବବ୍ୟବଚ୍ଛେଦ ସୋମବାର ହେବ ବୋଲି ଥାନାଧିକାରୀ ମଧୁସ୍ମିତା ମହାନ୍ତି ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ମୃତକଙ୍କ ପ୍ରତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଗଭୀର ସମବେଦନା ପ୍ରକାଶ ପୂର୍ବ ଶୋକ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.