ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଉ ଦୁଇ ଦିନ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗି ରହିଛି। ରବିବାର କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବା ବେଳେ ସୋମବାର କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପରେ ପଶ୍ଚିମାଝଡ଼ ପ୍ରଭାବ ଜାରି ରହିଛି। ଏହା ସହିତ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍‍ ଲାଇନ ମଧ୍ୟ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି।

ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ କୁହୁଡି ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋମବାର ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ କୁହୁଡି ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଉଛି। ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟ ବାଷ୍ପର ଉପସ୍ଥିତି ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବବ। ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବାରୁ ସବର୍ବମିନ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ଅର୍ଥାତ ୨୭ ତାରିଖରୁ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave A Reply

Your email address will not be published.