ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି । ପ୍ରଥମ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଆଜି ଓ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିବ। ପୂର୍ବ ମ୍ୟାଚଗୁଡ଼ିକର ଦୋଷ ଭୁଲି କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଆଜି ସନ୍ଧ୍ୟା ୫ଟାରୁ ମହିଳା ଟିମର ମ୍ୟାଚ ଥିବାବେଳେ ୭ଟା ୩୦ରେ ପୁରୁଷ ଟିମର ଟକ୍କର ଦେଖିବାକୁ ମିଳିବ । ଭାରତୀୟ ମହିଳା ଟିମର ଖେଳାଳିମାନେ ପୂର୍ବରୁ ଚୀନ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରି ଫୁଲ୍ ଫର୍ମରେ ଥିବା ବେଳେ ପୁରୁଷ ଟିମ୍ ଫ୍ରାନ୍ସ ବିପକ୍ଷରେ ଶୋଚନୀୟ ପରାଜୟ ପରେ ଚିନ୍ତା ବଢିଛି । ତେବେ ଏହି ମ୍ୟାଚରେ ଭାରତ ଅଧିକରୁ ଅଧିକ ପେନାଲ୍ଟି କର୍ଣ୍ଣର କ୍ରିଏଟ କରିବା ସହ ଗୋଲରେ କନଭର୍ଟ କରିପାରିଲେ ଭାରତ ମ୍ୟାଚ ଜିତିପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.