ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେହରେ କିରୋସିନ ଢାଳି ନବବଧୂଙ୍କ ଆତ୍ମହତ୍ୟା

ବାଲିଅନ୍ତା: ବାଳକାଟୀ ଫାଣ୍ଡି ଅଧିନରେ ଥିବା ରଥିଜେମା ଗ୍ରାମର ୮୦ ଘର ସାହିରେ ଏକ ଅଭବନୀୟ ଘଟଣା ଘଟିଛି । ଜଣେ ନବବିବାହିତ ବଧୂ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ସେହି ଗ୍ରାମର ବୁଲୁ ସାହୁ ଙ୍କ ପତ୍ନି ରୀନା ସାହୁ । ୩ ମାସ ପୂର୍ବେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା । ପରିବାର ଲୋକଙ୍କ ଉଭୟଙ୍କ ବିବାହରେ ସହମତି ନ ଥିବାରୁ ଘରେ ଅଶାନ୍ତି ସୃଷ୍ଟି ହେଉଥିଲା । ଯାହାର ଅନ୍ତିମ ଅଧ୍ୟାୟ କାଲି ରାତିରେ ସୃଷ୍ଟି ହୋଇଥିଲା ।

ମଙ୍ଗଳବାର ରାତିରେ କୌଣସି କାରଣରୁ ବୁଲୁ ସାହୁ ଏବଂ ରୀନା ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇ ଉଗ୍ରରୂପ ନେଇଥିଲା । ରୀନା ଆଉ ସ୍ୱାମୀ ବୁଲୁ ସାହୁଙ୍କର ଅତ୍ୟାଚାର ସହି ନ ପାରି ରାତିରେ ସମସ୍ତେ ଶୋଇଗଲା ପରେ ଠିକ୍ ରାତି ୧.୪୫ ସମୟରେ ରୋଷେଇ ଘରକୁ ଯାଇ ଏକ ଜାରକିନ୍ ରେ ରଖା ଯାଇଥିବା କିରୋସିନକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ । ରୀନାଙ୍କ ଚିତ୍କାର ଶୁଣି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ । ରୀନାଙ୍କ ଶରୀରର ପ୍ରାୟ ୭୫ଭାଗ ପୋଡି ଯାଇଥିବରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ହିଁ ରୀନା ସବୁଦିନ ପାଇଁ ଆଖିବୁଜି ଦେଇଥିଲେ । ଘଟଣା ନେଇ ରୀନାଙ୍କ ବାପଘର ପକ୍ଷରୁ ଫାଣ୍ଡି ରେ ଅଭିଯୋଗ ହୋଇଛି, ଘଟଣା ସ୍ଥଳରେ ବାଳକାଟୀ ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.