ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ସଂକ୍ରମଣ, ବଢୁଛି କଟକଣା: ଭୁବନେଶ୍ୱରର ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଚିନ୍ତା ବଢାଇଲାଣି କରୋନା ।  ରାଜ୍ଯରେ ବଢିବାରେ ଲାଗିଛି  କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଗୋଟିଏ ଲେଖାଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛି ବିଏମସି । ଗତକାଲିଠାରୁ ଆଜି ଭିତରେ ଭୁବନେଶ୍ୱର ଅଞ୍ଚଳରେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରାଗଲାଣି । କାଲି ୧୦ଟି ସ୍ଥାନକୁ ଦୁଇଟି ପର୍ଯ୍ଯାୟରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା ।

Leave A Reply

Your email address will not be published.