ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମିଶନ ଶକ୍ତି ଦେଇଛି ଶକ୍ତି: ସ୍ୱାବଲମ୍ବୀ କରିଛି ‘ମୁଢ଼ୀ’ ଉତ୍ପାଦନ

ନୟାଗଡ଼: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାଧାରା ପାଇଁ ଆଜି ମହିଳାମାନେ ରୋଜଗାର କ୍ଷମ ହୋଇ ପାରିଛନ୍ତି । ମୁଢ଼ୀ ଓ ମାଂସ ପାଇଁ ସମଗ୍ର ରାଜ୍ୟରେ ବାରିପଦା ପରିଚିତ ହୋଇଥିବା ବେଳେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ମୁଢ଼ୀ ଏକ ବିଶେଷ ଖାଦ୍ୟ ଭାବେ ପରିଗଣିତ । ମୁଢ଼ୀ ଉତ୍ପାଦନ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି, ତାହା ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଦେଖିବାକୁ ମିଳୁଛି । ମିଶନ ଶକ୍ତି ବିଭାଗ ସହଯୋଗରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ମୁଢ଼ୀ ଉତ୍ପାଦନ କରିବା ସହ ଜିଲ୍ଲାର କୋଣ ଅନୁକୋଣକୁ ବିକ୍ରି ପାଇଁ ପଠାଉଛନ୍ତି । ଦଶପଲ୍ଲା ବ୍ଲକ ସଂଯୋଜକ ସଂଞ୍ଜୟ କୁମାର ନାୟକଙ୍କ ତତ୍ୱାବଧାନରେ ମହିଳାମାନେ ସ୍ୱାବଲମ୍ବୀ ହୋଇଥିବା ଜଣାଯାଇଛି । ଦଶପଲ୍ଲା ବ୍ଲକ ଖମାରିସାହିର ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ସବିତା ପାତ୍ରଙ୍କ ଉଦ୍ୟମ କ୍ରମେ ମୁଢ଼ୀ ଉତ୍ପାଦନ କରୁଥିବା ଜଣାଯାଇଛି । ଦୈନିକ ୬ ବସ୍ତା ଚାଉଳରୁ ମୁଢ଼ୀ ଉତ୍ପାଦନ କରି ଜିଲ୍ଲାର କୋଣ ଅନୁକୋଣକୁ ପଠାଉଥିବା କହିଛନ୍ତି । ଦୁର୍ଗାବଜାରଠାରେ ଏକ ଦୋକାନ ମଧ୍ୟ ଖୋଲା ଯାଇଥିବା ସବିତା ସୂଚନା ଦେଇଛନ୍ତି । ସେହିଭଳି ଭାବେ ବାଣିଗୋଚ୍ଛା ଓମ୍ ଶାନ୍ତି ଏସ୍ଏଜିର ମହିଳାମାନେ ମାମି ମହାପାତ୍ରଙ୍କ ନେତୃତ୍ୱରେ ମୁଢ଼ୀ ଉତ୍ପାଦନ କରି ସ୍ୱାବଲମ୍ବୀ ହୋଇଥିବା ମିଶନ ଶକ୍ତି ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୋବିନ୍ଦପୁରପାଟଣା ଗ୍ରାମରେ ଅଞ୍ଜଳୀ ସାହୁଙ୍କ ନେତୃତ୍ୱରେ ସାଇରାମ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ମୁଢ଼ୀ ଉତ୍ପାଦନ କରି ପରିବାରର ଆର୍ଥୀକ ସ୍ଥିତିକୁ ସୁଦୃଢ଼ କରି ପାରିଛନ୍ତି । ଏହା ଦ୍ୱାରା ସେମାନେ ଭଲ ରୋଜଗାର କରିବା ସହ ସମାଜର ମୁଖ୍ୟ ସୋତ୍ରରେ ସାମିଲ ହୋଇପାରିଛନ୍ତି । ଏହା ବାଦ ଦଶପଲ୍ଲା ବ୍ଲକରେ ସନ୍ତୋଷୀ ଦାଶଙ୍କ ନେତୃତ୍ୱରେ ସାରଲା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମୁଢ଼ୀ ଉତ୍ପାଦନ କରି ସ୍ୱାଲମ୍ବୀ ହୋଇ ପାରିଥିବା ସୂଚନା ମିଳିଛି । ଓଡ଼ିଆ ଘରର ଦୈନିକ ଖାଦ୍ୟ ତାଲିକାରେ ମୁଢ଼ୀ ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ସେ ଚା ସହିତ ହେଉ ଅବା ମୁଢ଼ୀ ମିଶ୍ଚର ମିଶା ପାଗ କରି ହେଉ, ଏହି ଖାଦ୍ୟ ବେଶ ଚୁରିକର । ଝାଲ ମୁଢ଼ୀ ବ୍ୟବସାୟୀମାନଙ୍କ ପାଇଁ ମୁଢ଼ୀ ନିହାତି ଆବଶ୍ୟକ ଥିବା ସାମଗ୍ରୀ । ମୁଢ଼ୀକୁ ରୋଜଗାର ପନ୍ଥା କରି ଅନେକ ବ୍ୟକ୍ତି ପରିବାର ଚଳାଉଥିବା ବେଳେ ମିଶନ ଶକ୍ତି ବିଭାଗ ଉଦ୍ୟମରେ ମହିଳାମାନେ କରିଥିବା ଏଭଳି ପ୍ରୟାସ ନିହାତି ସ୍ୱାଗତଯୋଗ୍ୟ ।

Leave A Reply

Your email address will not be published.