ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍ କାଳରେ ବଢିଲା ଧନୀଙ୍କ ସମ୍ପତ୍ତି: ବିଶ୍ବର ୨୫ ଧନୀ ପରିବାରର ସମ୍ପତ୍ତି ୧.୭ ଟ୍ରିଲିୟନ, ଷଷ୍ଠ ସ୍ଥାନରେ ଅମ୍ବାନୀ ପରିବାର

ନୂଆଦିଲ୍ଲୀ : ୨୦୨୦ରେ ଗୋଟିଏ ପଟେ କୋଭିଡ ପାଇଁ ବିଶ୍ବ ଅର୍ଥନୀତି ନଷ୍ଟଭ୍ରଷ୍ଟ ହୋଇଯାଇଥିବାବେଳେ ଅପରପକ୍ଷେ ବିଶ୍ବର ଧନୀ ପରିବାରଗୁଡିକର ସମ୍ପଭି ପୂର୍ବ ଭଳି ବଢ଼ିବାରେ ଲାଗିଥିଲା । ଏଥିରେ ଏହା ସ୍ପଷ୍ଟ ହେଉଛି ଯେ, ସମୟ ଯେତେ ଖରାପ ହେଉ ନା କାହିଁକି ଧନୀଙ୍କ ସମ୍ପତ୍ତି ପରିମାଣ ବଢ଼ିବା ବନ୍ଦ ହେବ ନାହିଁ । ଧନୀ ହିଁ ଅଧିକ ଧନୀ ହୋଇଥାନ୍ତି। ଗରିବ ଏବଂ ଧନୀଙ୍କ ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବିଶ୍ବ ବଜାରରେ ନଗଦ ପ୍ରବାହ, ଷ୍ଟକ୍ ବଜାରରେ ତୀବ୍ର ବୃଦ୍ଧି ଏବଂ ଏକ ଅନୁକୂଳ ଟିକସ ନୀତି ଏହି ବ୍ୟବସାୟ ପରିବାରର ଧନ ବୃଦ୍ଧିରେ ସହାୟକ ହେଲା।

ଏକ ପରିସଂଖ୍ୟାନ ଅନୁଯାୟୀ, ଗତ ୧୨ ମାସ ଅର୍ଥାତ୍ ବର୍ଷକ ମଧ୍ୟରେ ବିଶ୍ବର ୨୫ ଧନୀ ପରିବାରର ସମ୍ପତ୍ତି ୨୨ ପ୍ରତିଶତକୁ ବୃଦ୍ଧି ପାଇ ୧.୭ ଟ୍ରିଲିୟନ ଡ଼ଲାର (୧୨୫.୨୮ ଲକ୍ଷ କୋଟି ଟଙ୍କା) କୁ ବୃଦ୍ଧି ପାଇଛି। ଉଲ୍ଲେଖନୀୟ କଥା ହେଉଛି, ୨୦୨୧ ଆର୍ଥିକବର୍ଷରେ ଭାରତର ଜିଡିପି ୭.୩ ପ୍ରତିଶତ ହ୍ରାସ ହୋଇ ୧୩.୫ ୧୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ବ୍ଲୁମ୍‌ବର୍ଗ ବିଲିନଏର ତାଲିକା ଅନୁଯାୟୀ, ବିଶ୍ବର ଶ୍ରେଷ୍ଠ ୬ ଧନୀ ପରିବାରଗୁଡ଼ିକ ହେଉଛି, ୱାଲମାର୍ଟର ୱାଲଟନ୍, ମାର୍ସ, କୋକ୍, ଏମିସ୍, ଅଲ୍ ସାଉଦ୍ ଏବଂ ଅମ୍ବାନୀ ।

ୱାଲମାର୍ଟର ୱାଲଟନ୍‌ ପରିବାର ତାଲିକାରେ ଶୀର୍ଷରେ

ଆମେରିକାର ଆରକାନାସର ୱାଲଟନ୍‌ ପରିବାର ଦୁନିଆର ସବୁଠାରୁ ଧନୀ ପରିବାର ତାଲିକାରେ ଶୀର୍ଷରେ ରହିଛି। କ୍ରମାଗତ ଚତୁର୍ଥ ଥର ପାଇଁ ଧନୀ ତାଲିକାରେ ଶୀର୍ଷରେ ରହିଥିବା ଏହି ପରିବାରର ମୋଟ ସମ୍ପରି ୨୩୮.୨ ବିଲିୟନ ଡଲାର ରହିଛି। ଆମେରିକାର କିମ୍ବଦନ୍ତୀ ରିଟେଲ ଫାର୍ମ ୱାଲମାର୍ଟରେ ଏହି ପରିବାରର ପ୍ରାୟ ଅଧା ଅଂଶଧନ ରହିଛି। ଗତ  ୧୨ ମାସ ମଧ୍ୟରେ ପରିବାରର ସମ୍ପରି ୨୩ ବିଲିୟନ ଡ଼ଲାର (୧୦.୬%) ବୃଦ୍ଧି ପାଇଛି। କୋଭିଡ ସମୟରେ ୱାଲମାର୍ଟ ଆମେରିକୀୟ ଶ୍ରମିକମାନଙ୍କୁ ୨.୮ ବିଲିୟନ ଡଲାରର ଏକ ସ୍ବତନ୍ତ୍ର ବୋନସ୍ ଦେଇଥିଲା |

ଷଷ୍ଠ ସ୍ଥାନରେ ଅମ୍ବାନୀ ପରିବାର

ବିଶ୍ବର ଧନୀ ପରିବାର ତାଲିକାରେ ୯୩.୭ ବିଲିୟନ ଡ଼ଲାରର ସମ୍ପତ୍ତି ସହ ମୁକେଶ ଅମ୍ବାନୀଙ୍କ ପରିବାର ଷଷ୍ଠ ସ୍ଥାନରେ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ଅମ୍ବାନୀ ପରିବାର ମଧ୍ୟ ବ୍ଲୁମ୍‌ବର୍ଗ  ବିଲିୟନେୟାର ତାଲିକାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି। ପରିବାରର ମୁଖ୍ୟ ମୁକେଶ ଅମ୍ବାନୀ ତାଙ୍କ ପରିବାର ସହିତ ଦୁନିଆର  ସବୁଠୁ ଦାମୀ ଘରୋଇ ନିବାସରେ’  ବାସ କରନ୍ତି।

ଦୁନିଆର ସବୁଠାରୁ ଅନ୍ୟତମ ଧନୀ ପରିବାର ହେଉଛି ଫ୍ରାନ୍ସର ଦାସଲ୍ଟ ପରିବାର। ଏହି ପରିବାରର ତୃତୀୟ ପୀଢ଼ିର ବିଶ୍ଵ ପ୍ରଯୁକ୍ତିବିଦ୍ୟା ଏବଂ ବିମାନ ଶିଳ୍ପରେ ତାହାର ପ୍ରାଧାନ୍ୟ ଜାରି ରଖିଛି। କସ୍‌ମେଟିକ୍ସ ବ୍ରାଣ୍ଡ୍ ଏସଟି ଲାଉଡର୍ସର ମାଲିକ ନ୍ୟୁୟର୍କର ଲାଡର୍ସ ପରିବାର ଏ କ୍ଷେତ୍ରରେ ପଛରେ ନାହିଁ । ତେବେ ବିଶ୍ବର ଏହି ଧନୀ ପରିବାରର ଶୀର୍ଷ ତାଲିକାରୁ ଗତ ୧୨ ମାସ ମଧ୍ୟରେ ଦକ୍ଷିଣ କୋରିଆର ବିଶାଳ ଇଲେକ୍ଟ୍ରୋନିକ୍ସ କମ୍ପାନୀ-ସାମସଙ୍ଗ ଯଥା ଲି ପରିବାର ସାମାନ୍ୟ ତଳକୁ ଖସିଯାଇଛି। ଗତ ବର୍ଷ ପରିବାରର ମୁଖ୍ୟ ଲି କୁନ୍ ହେଙ୍କ ମୃତ୍ୟୁ ପରେ ତାଙ୍କୁ ୧୧ ବିଲିୟନ ଡଲାରର ଉତ୍ତରାଧିକାରୀ ହେବାକୁ ପଡିଥିଲା। ଏହାପରେ ପରିବାର ଶ୍ରେଷ୍ଠ ୨୫ ତାଲିକାରୁ ତଳକୁ ଖସିଯାଇଛି।

Leave A Reply

Your email address will not be published.