ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟଙ୍କର ରୂପ ନେଇ ଆଗକୁ ବଢୁଛି ବାତ୍ୟା ‘ତୌକତେ’: ଗୁଜରାଟ ଉପକୂଳରେ କରିବ ଲ୍ୟାଣ୍ଡଫଲ୍

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଏନଡିଆରଏଫ ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଛନ୍ତି ।

ଭୟଙ୍କର ରୂପ ନେଉଛି ଆଗକୁ ବଢୁଛି ବାତ୍ୟା 'ତୌକତେ'

ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏଥି ପାଇଁ ମାଙ୍ଗାଲୁରୁ ପୋରବନ୍ଦର ଓ ବେରାୱଲ, କଚ୍ଛ ଓ ଦ୍ୱାରକାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦ୍ବାରା ୫ଟି ରାଜ୍ୟ ଗୁଜରାଟ, କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଅଧିକ ବର୍ଷା ହେବ ।

ଓଡ଼ିଶା ଉପରେ ବାତ୍ୟା ତୌକତେର କୌଣସି ପ୍ରଭାବ ପଡିବ ନାହିଁ । କେବଳ ସାମାନ୍ୟ ପଶ୍ଚିମା ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

Leave A Reply

Your email address will not be published.