ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୨୪ରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଥିବା ବେଳେ ଅନ୍ୟ ସଂଗଠନଗୁଡିକରେ ବି ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିବେ । ତୃଣମୂଳ ସ୍ତରରୁ ବିଜେଡିକୁ ସୁଦୃଢ଼ କରିବା ସହ ଦଳ କିପରି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରାଯିବ ।

ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ ।

Leave A Reply

Your email address will not be published.