ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଏଏସ୍‌ ସ୍ତରରେ ବଡଧରଣର ଅଦଳବଦଳ, ଶାଳିନୀ ପଣ୍ଡିତଙ୍କୁ ମିଳିଲା ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ୨୦୦୧ ବ୍ୟାଚ୍‍ ଆଇଏଏସ୍‍ ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ନିଯୁକ୍ତ ହୋଇଥିବାବେଳେ ୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଦାୟିତ୍ୱ ମିଳିଛି ।

ସେହିଭଳି ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅରବିନ୍ଦ କୁମାର ପାଢୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ପାଢୀ ଏବେ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି।

୧୯୯୮ ବ୍ୟାଚ୍‍ ଆଇଏଏସ୍‍ ସୁରେଶ ବଶିଷ୍ଟଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୩ ବ୍ୟାଚ ଆଇଏଏସ୍‍ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଓ ଗ୍ରିଡ୍‍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଭାଷ୍କର ଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ କାରଗରି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଶର୍ମା ଏବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଦାୟିତ୍ୱ ତୁଲାଉଛନ୍ତି । ୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ସେ ଅତିରିକ୍ତ ଭାବେ ଓରମାସ ସିଇଓ ଦାୟିତ୍ୱ ତୁଲାଇବେ ।

୨୦୧୦ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର ବୃନ୍ଦାଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି । ଏଥି ସହିତ ସେ ଓଡିଶା ଔଷଧ ନିଗମର ଏମଡି ଓ ଖାଦ୍ୟ ସୁରକ୍ଷା କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

୧୯୯୨ ବ୍ୟାଚ୍‍ ଆଇଆରଟିଏସ୍‍ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍‍ର ସିଏମ୍‍ଡି ଦାୟିତ୍ୱ ଦିଆଯାଇଛି । ଶ୍ରୀ ମିଶ୍ର ଏବେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ବରିଷ୍ଠ ଓଏଏସ୍‍ ଅଫିସର ସରୋଜ କୁମାର ମିଶ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଥିବାବେଳେ ଶ୍ରୀ ମିଶ୍ର ମଧ୍ୟ ଅତିରିକ୍ତ ଭାବେ ହୋମ୍‍ ପ୍ରେଟୋକଲ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.