ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସକୁ ଜଣାଇଲେ ଧନ୍ଯବାଦ, ହଜିଯାଇଥିବା ଫୋନକୁ ପାଇବା ପରେ ଜଣେ ବ୍ୟକ୍ତି ଖୁସିରେ ଭୋଭୋ ହୋଇ କାନ୍ଦିଲେ

ଭୁବନେଶ୍ବର: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ଯାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଥିଲା ମୋବାଇଲ ମେଳା। ହଜି ଯାଇଥିବା ଏବଂ ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ କମିସନରେଟ ପୁଲିସ ମୋବାଇଲ ମାଲିକଙ୍କୁ ଫେରାଇଛି। ଏହାରି ମଧ୍ଯରେ ଜଣେ ବ୍ଯକ୍ତି ତାଙ୍କ ମୋବାଇଲ ପାଇବା ପରେ କୋହ ସମ୍ଭାଳି ନପାରି ଭୋଭୋ ହୋଇ କାନ୍ଦିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସେ ବହୁତ କଷ୍ଟ କରି ମୋବାଇଲ କିଣିଥିଲେ। କିନ୍ତୁ ପୁଅକୁ ସ୍କୁଲ ଛାଡିବାକୁ ଗଲାବେଳେ ଉକ୍ତ ମାବାଇଲଟି ହଜିଯାଇଥିଲା।  ମୋବାଇଲ ହଜିବା ପରେ ମାସେରୁ ଅଧିକ ସମୟ ଗୁମୁରି ଗୁମୁରି କାନ୍ଦୁଥିଲେ। ହେଲେ ଆଜି ମୋବାଇଲ ମିଳିବା ପରେ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦିଥିଲେ।

ସେପଟେ, ପ୍ରମାଣ ପତ୍ର ଦେଖାଇ ନିଜର ହଜି ଯାଇଥିବା ମୋବାଇଲକୁ ଫେରି ପାଇବା ପରେ ସମସ୍ତେ ଖୁସି ଜାହିର କରିଛନ୍ତି। ଏମିତି ପଦକ୍ଷେପ ପାଇଁ କମିସନରେଟ ପୋଲିସକୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ଯକ୍ରମକୁ ପୁଲିସ ଆହୁରି ସକ୍ରିୟ କରୁ ବୋଲି ମତ ରଖିଛନ୍ତି ଲୋକେ। ଅନ୍ୟପଟେ ଆଜି ସମୟରେ ମୋବାଇଲ ସବୁଠୁ ଗୁରୁତ୍ଵପୁର୍ଣ୍ଣ। ତେଣୁ କେବଳ ମୋବାଇଲ ଖୋଜିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଡ୍ରାଇଭ ଚାଲୁଥିବା କହିଛନ୍ତି ପୁଲିସ କମିଶନର।

Leave A Reply

Your email address will not be published.