ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଗର ପାଇଁ କଟକଣା; ମେଳା ଓ ଗହଳି ମନା

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର ପାଇଁ ମଙ୍ଗଳବାର  ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାଗର ଭିଡକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

src-guideline-mahashivartri

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଥର  ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ରହିଛି । ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ଏସଆରସି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.