ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଅଂଶୁଘାତର ଗୁରୁତର ଲକ୍ଷଣ….

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ତାପମାତ୍ରା ବଢିବାରେ ଲାଗିଛି। ଅସହ୍ଯ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ଯ ଅନୁଭୂତ ହେଉଛି। ତାପମାତ୍ରା ବୃଦ୍ଧି ପାଉଥିବାରୁ ଅଂଶୁଘାତରେ ଶିକାର ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଅଂଶୁଘାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଂଶୁଘାତର ଗୁରୁତ ଲକ୍ଷଣ ଗୁଡିକ ମଧ୍ଯ ଟ୍ବିଟ କରି କୁହାଯାଇଛି।

ଶରୀରର ତାପମାତ୍ର ବଢ଼ିଯିବା, ଝାଳ ବାହାରିବା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା, ମୂର୍ଚ୍ଛା ଯିବା ଓ ଘନଘନ ନିଶ୍ୱାସ ବାହାରିବା ଆଦି ଲକ୍ଷଣ ଗୁଡ଼ିକ ଅଂଶୁଘାତରେ ପୀଡ଼ିତ ରୋଗୀଙ୍କର ଗୁରୁତର ଲକ୍ଷଣ ଅଟେ। ପୀଡ଼ିତଙ୍କ ନିକଟରେ ଏହି ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାନ୍ତୁ ବୋଲି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.