ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ୍ରାଗନ ସେନା ପାଇଁ ଭାରତୀୟ ସେନାର ମାଷ୍ଟର ପ୍ଲାନ: ଏଣିକି ମନ୍ଦାରିନ ଭାଷା ଶିଖିବେ ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଏଣିକି ଚୀନ ଭାଷା ଶିଖିବେ ଭାରତୀୟ ସେନା। ଚୀନ ସୈନିକଙ୍କ ରଣନୀତି ବିଷୟରେ ଜାଣିବା ସେନାକୁ ସହଜ ହେବ। ଚୀନ ବିଷୟରେ ସୈନିକଙ୍କୁ ସୂଚନା ଦିଆଯିବ ଯଦ୍ଵାରା କାମ କରିବାର ଶୈଳୀ ଆହୁରି ସହଜ ହେବ। ସଂପ୍ରତି ସୂଚନାକୁ ଏକ ଗୁରୁତ୍ଵପୂର୍ଣ୍ଣ ହତିଆର କୁହାଯାଉଛି। ତେଣୁ ଭାରତୀୟ ସେନା ମନ୍ଦାରିନ ଭାଷା ଶିଖିବା ଉପରେ ଗୁରୁତ୍ଵ ଦେଇଛନ୍ତି।

ସୂଚନା ଅନୁଯାଯୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ଲଦାଖରେ ଭାରତ ଏବଂ ଚୀନ ସୈନିକ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ରୁ ଉର୍ଦ୍ଧ୍ଵ ସୈନିକ ନିହତ ହୋଇଥିଲେ।

ଖବର ଅନୁଯାୟୀ, ଚୀନ ପକ୍ଷରୁ ଅଦ୍ୟାବଧି ପୂର୍ବ ଲଦାଖରେ ସୈନିକଙ୍କ ସଂଖ୍ୟା ହ୍ରାସ କରାଯିବାର ସଙ୍କେତ ମିଳିନାହିଁ। ଏହି ପ୍ରସଙ୍ଗରେ ନିକଟରେ ଭାରତ ଗସ୍ତ କରିଥିବା ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କୁ ମଧ୍ୟ କଡା ସନ୍ଦେଶ ଦିଆଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଯେ ପର୍ଯ୍ଯନ୍ତ ସୀମାରେ ସୈନିକଙ୍କ ମଧ୍ୟରେ ଉତ୍ତେଜନା କମି ନାହିଁ, ସେ ପର୍ଯ୍ଯନ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ଵାଭାବିକ ହୋଇ ପାରିବ ନାହିଁ।

Leave A Reply

Your email address will not be published.