ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇଟେକ୍‌ରେ ଘାରିଲା ସଂକ୍ରମଣ ଭୟ, ରୋଗୀ ୱାର୍ଡରେ ସିନେମା ସୁଟିଂ

ଭୁବନେଶ୍ବର : ରାଜଧାନୀରେ କୋଭିଡ଼ ସଂକ୍ରମଣ ସମ୍ପୂର୍ଣ୍ଣଭାବେ କମି ନ ଥିବା ବେଳେ ହାଇଟେକ୍‍ ମେଡିକାଲର ସଂଘାତିକ ଅବହେଳା ପଦାରେ ପଡ଼ିଛି। ରୋଗୀ ଚିକିତ୍ସିତ ହେଉଥିବା ୱାର୍ଡରେ ସିନେମା ସୁଟିଂ ହେଉଥିବା ଅଭିଯୋଗ ହୋଇଛି। ସିନେମା ସୁଟିଂ କରୁଥିବା ପ୍ରଡକ୍‍ସନ୍‍ ଟିମ୍‍ ମନ ଇଚ୍ଛା ରୋଗୀଙ୍କୁ ଛୁଆଁ  ଛୁଇଁ କରିବା ସହ ଜୋତା ପିନ୍ଧି ଏଣେ ତେଣେ ଯାତାୟତ କରୁଥିବାର ଦେଖିବାକୁ ମିଳିଛି। ଯେଉଁଥିପାଇଁ ରୋଗ ସଂକ୍ରମଣ ବଢ଼଼ିବା ଆଶଙ୍କା କରାଯାଉଛି। ଏଭଳି ରୋଗୀ ୱାର୍ଡରେ ଫିଲ୍ମ ସୁଟିଂକୁ ନେଇ ମଧ୍ୟ ରୋଗୀ ଏବଂ ସେମାନଙ୍କୁ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେଣୁ ସେଠାରେ ଫିଲ୍ମ ସୁଟିଂ କରିବାକୁ କିଏ ଅନୁମତି ଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ, ରବିବାର ସକାଳୁ ହାଇଟେକ୍‍ ମେଡିକାଲ ରୋଗୀ ୱାର୍ଡରେ ଏକାଧିକ ରୋଗୀ ବେଡ୍‌ରେ ଚିକିତ୍ସିତ ହେଉଥିଲେ। କିଏ ସାଲାଇନ୍‍ ଲଗାଇ ଶୋଇଥିବା ବେଳେ, ଆଉ କେତେକ ରୋଗୀ ମୁଣ୍ଡରେ ଷ୍ଟିଚ୍‍ ଗୁଡ଼ାଇ ବସିଥିଲେ। ଆଉ କେତେକ ରୋଗୀଙ୍କୁ ନର୍ସ ଇଞ୍ଜେକ୍‍ସନ୍‍ ଦେଉଥିଲେ। ଏହି ସମୟରେ ହଠାତ୍‍ କିଛି ବ୍ୟକ୍ତି ଲାଇଟ୍‍, ଟ୍ରାଇପଟ୍‍ ଏବଂ କ୍ୟାମେରା ଧରି ଆସିଥିଲେ। ୧୫ ଜଣ ବ୍ୟକ୍ତି ସେଠାରେ ଫିଲ୍ମ ସୁଟିଂ କରିବା ଆଳରେ ହୋ ହାଲ୍ଲା କରିଥିଲେ। ଏପରିକି ଉଚ୍ଚ କ୍ଷମତା ବିଶିଷ୍ଟ ଲାଇଟ୍‍ ଲଗାଇବା ସହ ସାଉଣ୍ଡ୍‍ କରି ରୋଗୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲେ। ଅନେକ ରୋଗୀଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଏଭଳି ଫିଲ୍ମ ସୁଟିଂ ଯୋଗୁଁ ସେମାନେ ଶାନ୍ତିରେ ବିଶ୍ରାମ ନେଇ ପାରି ନ ଥିଲେ। ବଡ଼କଥା ହେଲା ଫିଲ୍ମ ସୁଟିଂ ପାଇଁ ଜାଗା କମ୍‍ ହେବାରୁ ମଧ୍ୟ ସେମାନେ ରୋଗୀଙ୍କୁ ସ୍ଥାନାନ୍ତର ମଧ୍ୟ କରିଥିଲେ। ଯାହାଫଳରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଛନ୍ତି। ସାଧାରଣତଃ ଅନ୍ୟ ସମୟରେ ରୋଗୀ ୱାର୍ଡକୁ ସାଧାରଣ ଲୋକଙ୍କୁ ଛଡ଼ାଯାଏ ନାହିଁ। କିନ୍ତୁ କିଭଳି ଭାବେ କୋଭିଡ଼ ସମୟରେ ଫିଲ୍ମ ସୁଟିଂ ପାଇଁ ଏତେ ଲୋକଙ୍କୁ ଉକ୍ତ ୱାର୍ଡକୁ ଛଡ଼ା ଗଲା ବୋଲି ରୋଗୀଙ୍କ ସମ୍ପର୍କୀୟ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.