ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଡିସିନ୍‍ ଦୋକାନରେ ପାର୍ଟନରସିଫ୍‌ ଲୋଭ ଦେଖାଇ ଠକିନେଲେ ୧୮ଲକ୍ଷ

ଭୁବନେଶ୍ୱର : ରାଜଧାନୀରେ ଜଣେ ଠକ ଅନ୍ୟର ଔଷଧ ଦୋକାନକୁ ନିଜର ଦେଖାଇ ଠକି ନେଇଛନ୍ତି ୧୮ଲକ୍ଷ ଟଙ୍କା। ଶେଷରେ ଠକେଇ ଶିକାର ହୋଇ ନୀଳାଦ୍ରିବିହାର ଅଞ୍ଚଳର ସନ୍ତୋଷ କୁମାର ସାହୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଛି। ମିଳିଥିବା ଅଭିଯୋଗ ଅନୁସାରେ, ଗତ ଜାନୁୟାରୀ ମାସରେ ଉମେଶ ପାଢୀଙ୍କ ସହ ସନ୍ତୋଷଙ୍କ ଭେଟ ହୋଇଥିଲା। ଉମେଶ ତାଙ୍କୁ ଔଷଧ ହୋଲସେଲର ବ୍ୟବସାୟ କରିବାକୁ କହିଥିଲେ। ତାଙ୍କ ବ୍ୟବସାୟରେ ଟଙ୍କା ଲଗାଇ ୫୦% ଲାଭ ପାଇବାକୁ ଲୋଭ ଦେଖାଇଥିଲେ। ଏପରିକି ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ମେଡିସିନ୍‍ ଦୋକାନକୁ ନିଜର ବୋଲି କହି ଦେଖାଇଥିଲେ। ଦୋକାନ ଦେଖିବା ପରେ ସନ୍ତୋଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ। ସେ ଗୁଗଲ ପେ ମାଧ୍ୟମରେ ଉମେଶଙ୍କୁ ୧୮ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ ଦୋକାନ ଖୋଲି ନ ଥିଲେ। ଶେଷରେ ସନ୍ତୋଷଙ୍କ ସନ୍ଦେହ ହେବାରୁ ସେ ଉକ୍ତ ମେଡିସିନ୍‍ ଦୋକାନ ନିକଟକୁ ଯାଇ ପଚାରି ବୁଝିଥିଲେ। ହେଲେ ତାହା ଅନ୍ୟର ଥିବା ଜଣାପଡ଼ିବା ସହ ଅଭିଯୁକ୍ତ ଉମେଶଙ୍କୁ ଉକ୍ତ ଦୋକାନୀ ମାଲିକ ଚିହ୍ନି ନ ଥିବା କହିଥିଲେ। ଶେଷରେ ଠକାମିର ଶିକାର ହୋଇ ସନ୍ତୋଷ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଉମେଶ ଏହିଭଳି ମେଡିସିନ୍‍ ଦୋକାନରେ ପାର୍ଟନରସିଫ୍‍ କରିବା ଆଳରେ ଏକାଧିକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

 

Leave A Reply

Your email address will not be published.