ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ତାଇୱାନରେ ଦ୍ବିତୀୟ ଭୂକମ୍ପ ଝଟ୍‌କା, ସୁନାମି ଆସିବା ନେଇ ସତର୍କତା ଜାରି

ନୂଆଦିଲ୍ଲୀ : ଚୀନ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ତାଇୱାନ ପାଇଁ ଶନିବାର ଏବଂ ରବିବାର ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା।। ଶନିବାର ପରେ ରବିବାର ଅପରାହ୍ନରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିବା କୁହାଯାଉଛି। ଭୂକମ୍ପ ପରେ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଥିବା କଥା ତାଇୱାନ୍‌ର ପାଣିପାଗ ବ୍ୟୁରୋ କହିଛି। ଯାହା ତାଇୱାନରେ ଭୟର ବାତାବରଣ ସୃଷ୍ଟି କରିଛି। ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ ଥିଲା। ଏହାପୂର୍ବରୁ ଶନିବାର ଦିନ ତାଇୱାନରେ ୬.୪ ତୀବ୍ରତା ଏକ ଭୂକମ୍ପ ହୋଇଥିଲା।

ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍‌ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା।

ଶନିବାର ରାତିରେ୬.୪ ତୀବ୍ରତାର ଭୂକମ୍ପ ହୋଇଥିଲା

ଶନିବାର ରାତିରେ ତାଇୱାନର ପୂର୍ବ ଉପକୂଳ ଅଞ୍ଚଳରେ ୬.୪  ତୀବ୍ରତାର ଏକ ଭୂକମ୍ପ ଘଟିଥିଲା। କିନ୍ତୁ ଏଥିରେ କୌଣସି ଜୀବନ ହାନି ହୋଇନାହିଁ।  ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଉତ୍ତର ଉପକୂଳବର୍ତ୍ତୀ ସହର ତାଇଟୁଙ୍ଗ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପ୍ରାୟ ୯.୩୦ ସମୟରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଭୂକମ୍ପ ବିଷୟରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଅନ୍ୟପଟେ ଆଜି ଆଉ ଗୋଟେ ଭୂକମ୍ପର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। କାରଣ ଭୂକମ୍ପ ପରେ ଏଠାରେ ସୁନାମି ଭୟ ଲୋକମାନଙ୍କ ଘାରିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଧ୍ୟ ଏହା ନିଶ୍ଚିତ କରିଛି ଯେ ତାଇୱାନରେ ଏପରି ଭୂକମ୍ପରେ କ୍ଷୟକ୍ଷତିର ସମ୍ଭାବନା କମ୍ ରହିଛି। ଯଦିଓ ସାମାନ୍ୟ କ୍ଷତି ହୋଇପାରେ। ତାଇୱାନ ପାଇଁ ଭୂକମ୍ପ ଏକ ନୂଆ କଥା ନୁହେଁ। ଏଠାରେ ପ୍ରାୟତ ଭୂକମ୍ପ ହୁଏ । ବାସ୍ତବରେ, ତାଇୱାନ ଦୁଇଟି ଟେକ୍ଟୋନିକ୍ ପ୍ଲେଟର ମିଳନ ମଧ୍ୟରେ ରହିଛି। ଏଣୁ ଏଠାରେ ପ୍ରାୟତ ଭୂକମ୍ପ ଅନୁଭୁତ ହୁଏ।

Leave A Reply

Your email address will not be published.