ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫-ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ ଦ୍ବିତୀୟ ଦିନ, ଶକ୍ତି କାଫେର ମା’ ମାନଙ୍କୁ ପ୍ରଶଂସା

୪ଟି ଜନ ଅଭିଯୋଗ ଶୁଣାଣି ଶିବିର ସହିତ ମିଶନଶକ୍ତି ସମାବେଶରେ ଯୋଗଦେବେ

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ତୁରନ୍ତ ସମାଧାନ ହେଉଛି ଲୋକଙ୍କ ଆପତ୍ତି ଅଭିଯୋଗ।  ଏହି କ୍ରମରେ ଆଜି ସକାଳେ ଶ୍ରୀ ପାଣ୍ଡିଆନ ବାରିପଦା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରର ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ଶକ୍ତି କାଫେରେ ପହଞ୍ଚି ଭାବମିନିମୟ ସହିତ ସକାଳ ଜଳଖିଆ କରିଥିଲେ। ଜଳଖିଆରେ ଇଟିଲି, ଉପମା, ଉଥପମ୍, ପାଏସ୍ ଖାଇଥିଲେ । ମା’ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧ୍ୟାନ ଦେଇଛନ୍ତି। ସେହି ଅନୁସାରେ ମା’ମାନେ କଠିନ ପରିଶ୍ରମ କରି ଉତ୍ପାଦନ ସାମଗ୍ରୀର ମାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।

ଏହାପରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର କଳାବାଡିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ ମୋରଡା ନିର୍ବାଚନ ମଣ୍ଡଳୀ ପାଇଁ ପାଟପୁର ପଡିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବେ। ୧୨ ଟାରେ ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ମହିଳା ମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ୨ଟା ୩୦ରେ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ନିକଟସ୍ଥ ଖୁଣ୍ଟାପୁର ଓ ୩ଟା ୪୫ରେ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଉଦଳା ହାଇସ୍କୁଲ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବା କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.