ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କବାଡ଼ିଖାନା ଯିବ ୭୪୪୨ ସରକାରୀ ଗାଡ଼ି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପାଖରେ ୫୩୨୩ଟି ପୁରୁଣା ଗାଡ଼ି ଅଛି ଯାହାର ବୟସ ୨୦ ବର୍ଷରୁ ଅଧିକ। ଏଥି ମଧ୍ୟରୁ ୨୬୩ ଟି ପୁରୁଣା ଗାଡ଼ି ଏବେ ବି ବ୍ୟବହାର ହେଉଛି। ତେବେ ନୂଆ ପୁରୁଣା ମିଶାଇ ସମୁଦାୟ ୧୦,୧୪୫ ଗାଡ଼ି ଏବେ କାର୍ଯ୍ୟରୁ ଅନ୍ତର ହୋଇଛି। ପରିବନ ବିଭାଗ ଏପରି ଏକ ରିପୋର୍ଟ କେନ୍ଦ୍ର ପରିବହନ ମନ୍ତ୍ରଣାଳୟକୁ ପଠାଇଛି। ରାଜ୍ୟର ସରକାରୀ ଦପ୍ତରମାନଙ୍କରେ କେତେ ୨୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରହିଛି ସେ ସମ୍ପର୍କରେ କେନ୍ଦ୍ର ସରକାର ମାଗିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇ ଥିବା ତାଲିକା ଅନୁସାରେ ରାଜ୍ୟରେ ବିଭିନ୍ନ ବିଭାଗରେ ୧୫ ବର୍ଷରୁ କମ୍‌‌ ୧୧୯୫୨ ଗାଡ଼ି ବ୍ୟବହାର ହେଉଥିବା ବେଳେ ୨୪୮୮ ଗାଡ଼ି ଅଫ୍‌‌ ରୋଡ୍‌‌ ଅଛି। ସେହିପରି ୧୫ରୁ ୨୦ ବର୍ଷ ମଧ୍ୟରେ ୧୮୫ଟି ଗାଡ଼ି ବ୍ୟବହାର ହେଉଛି ଏବଂ ୧୨୪୦ ଗାଡ଼ି ଅଫ୍‌‌ରୋଡ୍‌‌ ଅଛି। ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ମଧ୍ୟରେ ୧୭୪ଟି ବ୍ୟବହାର ହେଉଛି ଏବଂ ୩୪୧୩ ଟି ଗାଡ଼ି ଅଫ୍‌‌ ରୋଡ୍‌‌ ଅଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଥିବା ୧୫ ବର୍ଷ ମଧ୍ୟରେ ୮୦ ଗାଡ଼ି ବ୍ୟବହାର ହେଉଛି ଆଉ ୨୦ଟି ଅଫ୍‌‌ ରୋଡ୍‌‌ ଅଛି।

ପରିବହନ ନିଗମ ପାଖରେ ୧୫ ବର୍ଷ ମଧ୍ୟରେ ୩୮ଟି ଗାଡ଼ି ଅନ୍‌‌ରୋଡ୍‌‌ ଥିବା ବେଳେ ୪ଟି ଗାଡ଼ି ଅଫ୍‌‌ ରୋଡ ଅଛି। ସେହିପରି ସରକାରୀ ଉଦ୍ୟୋଗରେ ୧୫ ବର୍ଷ ମଧ୍ୟରେ ୩୬୦୦ ଗାଡ଼ି ଚଳମାନ ଅବସ୍ଥାରେ ରହିଛି ଏବଂ ୭୨୭ଟି ଗାଡ଼ି ଅଚଳ ପଡ଼ିଛି। ଅନୁରୂପ ଭାବରେ ୧୫-୨୦ ବର୍ଷ ମଧ୍ୟରେ ୯୭ଟି ଚାଲୁଛି ଓ ୫୬୦ଟି ଅବ୍ୟବହୃତ ଅଛି। ୨୦ ବର୍ଷରୁ ଅଧିକ ୮୭ଟି ଗାଡ଼ି ଅନରୋଡ୍‌‌ ଅଛି ଓ ୧୬୪୫ଟି ଗାଡ଼ି ଅଫ୍‌‌ରୋଡ ଅଛି। ଅପରପକ୍ଷେ ସରକାରୀ ସ୍ୱୟଂଶାସିତ ସଂସ୍ଥାଗୁଡିକ ଏବେ ୧୫ ବର୍ଷ ମଧ୍ୟରେ ୬୯୯ଟି ଗାଡ଼ି ବ୍ୟବହାର କରୁଥିବା ବେଳେ ୨୭ଟି ଅଫ୍‌‌ରୋଡ୍‌‌ ହୋଇ ରହିଛି।

୧୫-୨୦ ବର୍ଷ ମଧ୍ୟରେ ୧୮ଟି ଚାଲୁଛି ଓ ୧୯ଟି ଅବ୍ୟବହୃତ ଅଛି। ୨୦ ବର୍ଷରୁ ଅଧିକ ଗାଡ଼ି ମଧ୍ୟରୁ ଅନ୍‌‌ରୋଡ ଏବଂ ଅଫ୍‌‌ରୋଡ୍‌‌ ଗାଡ଼ି ସଂଖ୍ୟା ଯଥାକ୍ରମେ ୨ ଓ ୨ ରହିଛି। ୧୫ ବର୍ଷ ମଧ୍ୟରେ ଥିବା ୩୨୬୬ ଗାଡ଼ି, ୧୫-୨୦ ବର୍ଷ ମଧ୍ୟରେ ୧୮୧୯ ଏବଂ ୨୦ ବର୍ଷରୁ ଅଧିକ ପୁରୁଣା ୫୦୬୦ ଗାଡ଼ି ଅଫରୋଡ୍‌‌ ହୋଇ ରହିଛି। ୧୫ ବର୍ଷରୁ ଅଧିକ ବାଣିଜ୍ୟିକ ଏବଂ ୨୦ ବର୍ଷରୁ ଅଧିକ ଘରୋଇ ଗାଡ଼ି ଆଉ ରାସ୍ତାରେ ଗଡ଼ିବ ନାହିଁ ଏବଂ ସରକାରୀ ବିଭାଗର ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ପ୍ରଥମେ ସ୍କ୍ରାପ୍‌‌ କରାଯିବ।

କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ୧୫ ବର୍ଷରୁ ଅଧିକ ୭୪୪୨ଟି ସରକାରୀ ଗାଡ଼ି ସ୍କ୍ରାପ୍‌‌ ହେବ। ଏପ୍ରିଲ ୧ ତାରିଖରୁ ସରକାରୀ ଗାଡ଼ିର ସ୍କ୍ରାପ୍‌‌ ଆରମ୍ଭ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଅଣ ପଞ୍ଜିକୃତ କରାଯାଇ ସ୍କ୍ରାପ୍‌‌ କରାଯିବ। ତେବେ ଏ ବାବଦରେ ସ୍କ୍ରାପ୍‌‌ ହେଉଥିବା ଗାଡ଼ି ଉପରେ ସରକାରଙ୍କୁ କେତେ ଟଙ୍କା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ରାଜ୍ୟ ସରକାର ଇତିମଧ୍ୟରେ ଓଡ଼ିଶା ସ୍କ୍ରାପ୍‌‌ ନୀତି ପ୍ରଣୟନ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ସ୍କ୍ରାପ୍‌‌ ୟୁନିଟ୍‌‌ କାର୍ଯ୍ୟକ୍ଷମ ହୋଇ ନାହିଁ। କିଛି ସଂସ୍ଥା ଏଥିପାଇଁ ଆବେଦନ କରିଥିବା ବେଳେ ତାହା ଏବେ ପ୍ରକ୍ରିୟାକରଣ ମଧ୍ୟରେ ଅଛି। ଏପରିସ୍ଥଳେ ଏପ୍ରିଲ ମାସରୁ ସରକାରୀ ଗାଡ଼ିର ସ୍କ୍ରାପ୍‌‌ ଆରମ୍ଭ ହେବା ନେଇ ଆଶଙ୍କା ରହିଛି।

Leave A Reply

Your email address will not be published.