ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାରାତ୍ମକ ନିଶା ପ୍ରେମରେ ବଡ଼ବଡ଼ ପରିବାରର ଗେହ୍ଲା ଝିଅ, ନିଶାରେ ବୁଡ଼ି ରାଜଧାନୀରେ ରଚୁଛନ୍ତି ଉତ୍ପାତ

ଭୁବନେଶ୍ୱର : ନିଶା ସେବନ କରିବା ଏକ ପ୍ରକାର ଫେଶନ ପାଲଟିଗଲାଣି। ବିଶେଷକରି ଭୁବନେଶ୍ୱରର ସହରୀ ଯୁବତୀମାନଙ୍କ ମଧ୍ୟରେ ଏହି ମାନସିକତା ଅଧିକ ପରିମାଣରେ ପରିଲକ୍ଷିତ ହେଉଛି। ସିଗାରେଟ୍‌‌, ମଦ, ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‌‌ଡ୍ରାଇଟ୍‌‌ ଓ କୋକେନ୍‌‌ ଭଳି ମାରାତ୍ମକ ନିଶା ପ୍ରେମରେ ରାଜଧାନୀର ଯୁବତୀମାନେ ପଡ଼ିଛନ୍ତି। ସମ୍ଭ୍ରାନ୍ତଶ୍ରେଣୀର ଅଧିକାଂଶ ଯୁବତୀ ନିଶା ସେବନ କରି ରାଜଧାନୀରେ ଉତ୍ପାତ କରୁଥିବା ଦେଖିବାକୁ ମିଳୁଛି। ବଡ଼ବଡ଼ ପରିବାରର ଗେହ୍ଲା ଝିଅମାନେ ନିଶାରେ ବୁଡ଼ି ରାଜଧାନୀରେ ରଚୁଛନ୍ତି ଉତ୍ପାତ। ରାଜଧାନୀର ଆଇନ୍‌‌ଶୃଙ୍ଖଳାକୁ ବିଗାଡୁଛନ୍ତି ମାତାଲ୍‌‌ ଯୁବତୀ। ୬ମାସ ଭିତରେ ୨୦ରୁ ଊର୍ଦ୍ଧ୍ବ ଘଟଣା ସାମ୍‌‌ନାକୁ ଆସିଲାଣି। କିଏ ନିଶାରେ ପୁଲିସ ଗାଡ଼ିକୁ ମଦ ବୋତଲ ଫୋପାଡ଼ିଲାଣି ତ ଆଉ କିଏ ନିଶାରେ ହସ୍ପିଟାଲରେ ଉତ୍ପାତ କଲାଣି।

୫ ଦିନ ତଳେ ବଡଗଡ଼ ଥାନା କଳ୍ପନା ସିନେମା ହଲ୍‌‌ ଯାଏଁ ଜଣେ ଯୁବତୀ ମାତାଲ୍‌‌ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଭିଆଇଥିଲେ। ପ୍ରଚୁର ମଦପିଇ ପରେ ରାସ୍ତା ଉପରେ ବିଅର୍‌‌ ବୋତଲ ଭାଙ୍ଗି ଆତଙ୍କ ରଚାଇଥିଲେ। ହାତରେ ବିଅର ବୋତଲ ଧରି ଯୁବତୀ ପୁଲିସ ଗାଡ଼ିକୁ ଗୋଡ଼େଇ ଥିଲେ। ନିଶାରେ ପୁଲିସକୁ ନାକେଦମ୍‌‌ କରିଥିଲେ ନିଶାସକ୍ତ ଯୁବତୀ। ସେଭଳି କିଛି ଦିନ ତଳେ ଖାରବେଳ ନଗର ଥାନା ଅଧୀନ ମାଷ୍ଟର୍‌‌କ୍ୟାଣ୍ଟିନ ଛକରେ ୨ଯୁବତୀ ଆତଙ୍କ ଖେଳାଇଥିଲେ। ସାଧାରଣଲୋକଙ୍କ ସମେତ ପୁଲିସକୁ ଗାଳିଗୁଲଜ କରି ଦବଙ୍ଗଗିରି ଦେଖାଇଥିଲେ।

ସେହିପରି କ୍ୟାପିଟାଲ୍‌‌ ହସ୍ପିଟାଲରେ ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ହଙ୍ଗାମା କରିଥିଲେ। ରୋଗୀ ଓ ଡାକ୍ତରଙ୍କୁ ନିଶାସକ୍ତ ଅବସ୍ଥା ଦୁର୍ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ପରିସରରେ ଜଣେ ଯୁବତୀ ସିଗାରେଟ୍‌‌ ଟାଣୁଥିଲେ। ତାଙ୍କ ବିରୋଧ କରିବାରୁ ସେ ପୁଲିସ ସହ ଯୁକ୍ତିତର୍କ କରି ରୋବାବ୍‌‌ ଦେଖାଇଥିଲେ। ଏଥିସହିତ ଇନ୍‌‌ଫୋସିଟି ଥାନା ଅଞ୍ଚଳରେ ୩ଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ ବାଟରେ ଯାଉଥିବା ସାଧାରଣଲୋକଙ୍କୁ ଅଟକାଇଥିଲେ। ସେମାନେ ‘ମୋ ବସ୍‌‌’କୁ ଅଟକାଇ ଆଗରେ ନାଚିନାଚି ଚାଳକ ଓ ହେଲ୍‌‌ପରଙ୍କ ସମେତ ଯାତ୍ରୀଙ୍କୁ ନାଗେଦମ୍‌‌ କରିଥିଲେ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ପବ୍‌‌, ବାର୍‌‌ କିମ୍ବା ପାର୍ଟିରେ ସାମିଲ ହୋଇ ଯୁବତୀ ଓ ମହିଳାମାନେ ବିଭିନ୍ନ ସମୟରେ ପ୍ରଚୁର ନିଶାସେବନ କରୁଥିବା ଘଟଣା ନଜରକୁ ଆସୁଛି। ସେମାନେ ରାତିରେ ରାଜଧାନୀ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଆତଙ୍କ ଖେଳାଉଥିବା ଜଣାପଡ଼ିଛି। ଏସବୁ ଘଟଣାରେ ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନରେ ରାଜ୍ୟ ବାହାରୁ ଆସି ପାଠ କିମ୍ବା ନିଯୁକ୍ତି ପାଇଥିବା ଯୁବତୀଙ୍କ ଅଧିକ ସମ୍ପୃକ୍ତି ରହିଛି। ସେମାନଙ୍କ ଓଡ଼ିଶାର ବଡ଼ବଡ଼ିଆଙ୍କ ଝିଅମାନେ ଅନୁସରଣ କରି ସିଗାରେଟ୍‌‌ ଓ ମଦ ଓ ବ୍ରାଉନ୍‌‌ସୁଗର ଭଳି ନିଶା ସେବନ କରୁଛନ୍ତି। ଆଉ ରାସ୍ତାରେ ନିଶାରେ ହିତାହିତ ଜ୍ଞାନ ଭୁଲି ଗାଳିଗୁଲଜ କରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ସେଭଳି ସହର କିଛି ସ୍ଥାନରେ ସନ୍ଧ୍ୟାହେଲେ ଯୁବତୀମାନେ ଖଟି କରୁଛନ୍ତି। ଗୋଟିଏ ହାତରେ ସିଗାରେଟ୍‌‌ ଓ ଅନ୍ୟ ହାତରେ ବିଅର ବୋତଲ ଧରି ବିଭିନ୍ନ ସମୟରେ ଲୋକଙ୍କୁ ହଇରାଣ ହରକତ କରୁଥିବା ଜଣାପଡ଼ିଛି।

ନିଶାରେ କବଳିତ ଯୁବପିଢ଼ି

ରାଜଧାନୀ ଥିବା ଯୁବପିଢ଼ିଙ୍କ ମଧ୍ୟରୁ ୨୭ ପ୍ରତିଶତ ଏବେ ନିଶାଗ୍ରସ୍ତ। ଅର୍ଥାତ୍‌‌ ସ୍ମାର୍ଟସିଟିରେ ରହୁଥିବା ୪ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଏବେ ନିଶାମାୟାରେ ବାୟା। ସେଥିରୁ ୨୫ ପ୍ରତିଶତ ଯୁବତୀ ଓ ମହିଳା ବିଭିନ୍ନ ନିଶାରେ ବୁଡ଼ି ରହୁଛନ୍ତି। ସେମାନେ ବ୍ରାଉନ୍‌‌ସୁଗର ଓ ମଦ ଭଳି ଜୀବନ ବରବାଦ୍‌‌ ହେବା ଭଳି ନିଶାରେ ପଡ଼ିଛନ୍ତି। ତେବେ ସେଥିରୁ କଲେଜ ପଢ଼଼ୁଆ, ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ି ଅଧିକ। ସେହିପରି ବସ୍ତିରେ ରହୁଥିବା ମଧ୍ୟ ଯୁବପିଢ଼ି ନିଶାରେ ମାୟାଜାଲରେ ଫସିଯାଇଛନ୍ତି। ବସ୍ତିରେ କାର୍ଯ୍ୟ କରୁଥିବା କିଛି ସାମାଜିକ ଅନୁଷ୍ଠାନ ଏବଂ ନିଶାର ଭୟବହତା ବିଷୟରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ପୁଲିସ କର୍ମଚାରୀଙ୍କୁ ନେଇ ସର୍ଭେ କରାଯାଇଥିଲା। ସେମାନେ ଶିକ୍ଷାନୁଷ୍ଠାନ, ବସ୍ତି ଓ ନିଶା ନିବାରଣ କେନ୍ଦ୍ରକୁ ତଥ୍ୟ ଆଣି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ବିସ୍ଫୋରକ ରିପୋର୍ଟ ଦେଖିବା ପରେ ଏବେ ଚିନ୍ତାରେ ପଡ଼ିଯାଇଛି କମିସନରେଟ୍‌‌ ପୁଲିସ।

ତମାଖୁ ଓ ମଦରେ ବି ମହିଳା ପଛରେ ନାହାନ୍ତି

ରାଜ୍ୟରେ ନିଶାସେବନରେ ପୁରୁଷଙ୍କ ଠାରୁ କମ୍‌‌ ନୁହନ୍ତି ମହିଳା। କିନ୍ତୁ ତମାଖୁ ଓ ମଦରେ ପଛରେ ପଡ଼ିନାହାନ୍ତି ମହିଳା। ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ସେଥିରୁ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି। ସେଥିରୁ ସହରାଞ୍ଚଳର ୧.୪ ପ୍ରତିଶତ ମହିଳା ଥିବା ବେଳେ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ମଦ ପିଅନ୍ତି। ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ଏଭଳି ତଥ୍ୟ ପଦାକୁ ଆସିଥିଲା।

Leave A Reply

Your email address will not be published.