ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୦୭-୦୫-୨୦୨୨ )

ମେଷ: ଆଜିର ଦିନରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ସହକର୍ମୀଙ୍କ ସହ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବିଧେୟ-ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

ବୃଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। କ୍ୟାରିୟରରେ ନୂତନ ପଥ ଉନ୍ମୁକ୍ତ ହେବ। ଉଚ୍ଚପଦସ୍ଥ ଅଧିକରୀଙ୍କ ସହଯୋଗ ମିଳିପାରେ। ସରକାରୀ କାର୍ଯ୍ୟ ଗୁଡ଼ିକ ସହଜରେ ହୋଇଯିବ। ବିଧେୟ-ମା’ ଲକ୍ଷ୍ମୀଙ୍କୁ ଧଳାଫୁଲ ଚଢ଼ାନ୍ତୁ।

ମିଥୁନ: ଦିନଟି ମଧ୍ୟମ ଧରଣର ରହିବ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବିଧେୟ-ମା’ଙ୍କୁ ମନ୍ଦାର ଫୁଲ ଚଢ଼ାନ୍ତୁ।

କର୍କଟ: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପୁରୁଣା ଘଟଣାଗୁଡ଼ିକୁ ମନେପକାଇ ଦୁଃଖିତ ହେବେ। କର୍ମକ୍ଷେତ୍ରରେ ସୁଚାରୁରୂପରେ କାର୍ଯ୍ୟ ତୁଲାଇବେ। ବିଧେୟ-ନିମ୍ବ ଗଛରେ ଜଳଦାନ କରନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ପ୍ରତିକ୍ଷେତ୍ରରେ ସାହସିକତାର ପରିଚୟ ପ୍ରଦାନ କରିବେ। ପରିବାର ମୁଖ୍ୟଙ୍କ କଥାକୁ ମାନି ଚଳନ୍ତୁ। ମହିଳାଙ୍କ ପାଇଁ ଦିନଟି ଭଲ ରହିବ। ଆର୍ଥିକ କ୍ଷେତ୍ରରେ ଦିନଟି ଉନ୍ନତିକର ରହିବ। ବିଧେୟ-ଅନାଥଙ୍କୁ ଦାନ ଦିଅନ୍ତୁ।

କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କୋର୍ଟ କଚେରିରେ ମାମଲାରେ ସେଥିରେ ସଫଳତା ମିଳିପାରେ। ତୀର୍ଥସ୍ଥଳୀକୁ ଭ୍ରମଣ ଯୋଗ ରହିଛି। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ବିଧେୟ-ହନୁମାନ ଚାଳିଶା ପାଠ କରନ୍ତୁ।

ତୁଳା: ଧନ ଓ ସମ୍ମାନ ପ୍ରାପ୍ତି କରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। କୌଣସି ଖାସ୍‌ ବ୍ୟକ୍ତିଙ୍କ ସହ ପରିଚୟ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ବିଧେୟ-ମା’ ଦୁର୍ଗାଙ୍କୁ ଶାଢ଼ି ଅର୍ପଣ କରନ୍ତୁ।

ବିଛା: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ଆସିବ। ବେରୋଜଗାରଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ରହିଛି। ବିଧେୟ- ଶିବଙ୍କ ବେଲପତ୍ର ଚଢ଼ାନ୍ତୁ।

ଧନୁ:କୌଣସି ଅନୁଭବୀ ବ୍ୟକ୍ତିଙ୍କ ମିଳାମିଶା କରିବେ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ସହ ଦିନଟି ଖୁସିରେ କଟିବ। ବିଧେୟ-ଗରିବମାନଙ୍କୁ ମିଠା ଦାନ କରନ୍ତୁ।

ମକର: ପୁରୁଣା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ। କର୍ମକ୍ଷେତ୍ରରେ ସୁଚାରୁରୂପରେ କାର୍ଯ୍ୟ ସଂପାଦନ କରି ପ୍ରଶଂସିତ ହେବେ। ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ସୃଷ୍ଟି ହେବ। ବିଧେୟ-ପାନପତ୍ରକୁ ନଦୀରେ ଭସାଇ ଦିଅନ୍ତୁ।

କୁମ୍ଭ: କୌଣସି ଆକସ୍ମିକ ଘଟଣା ଘଟିପାରେ। ମହିଳାମାନଙ୍କ ଦ୍ବାରା କୌଣସି ମୂଲ୍ୟବାନ୍‌ ବସ୍ତୁ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ବ୍ୟବସାୟରେ ନୂତନ ନିବେଶ କରନ୍ତୁ ନାହିଁ। ବିଧେୟ-ଶାଳଗ୍ରାମଙ୍କୁ ପୂଜା କରନ୍ତୁ।

ମୀନ: ଆପଣଙ୍କ ପାଇଁ ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ଲାଭପ୍ରଦ ହେବେ। ବ୍ୟବସାୟ ବିସ୍ତାର କରିବାରେ ସଫଳ ହୋଇପାରନ୍ତି। ବିଧେୟ- ଶିବଲିଙ୍ଗରେ ଗଙ୍ଗା ଜଳ ଅର୍ପଣ କରନ୍ତୁ।

Leave A Reply

Your email address will not be published.