bitcoin
Bitcoin (BTC) 2,314,093.56 0.73%
ethereum
Ethereum (ETH) 152,464.82 0.92%
tether
Tether (USDT) 77.63 0.02%
bnb
BNB (BNB) 25,480.03 0.35%
usd-coin
USD Coin (USDC) 77.79 0.11%
xrp
XRP (XRP) 31.61 0.53%
binance-usd
Binance USD (BUSD) 77.60 0.11%
cardano
Cardano (ADA) 40.09 0.67%
solana
Solana (SOL) 3,766.77 2.01%
polkadot
Polkadot (DOT) 774.78 1.82%

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଏହି ସାକ୍ଷାତକାରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି । ରାଜ୍ୟ ଜଳସମ୍ପଦ ବିଭାଗ ସଚିବଙ୍କୁ ମଧ୍ୟ ଭେଟିଛନ୍ତି ଇନା ଏନ୍ କ୍ରିଷ୍ଣାମୂର୍ତ୍ତି। ପୂର୍ବରୁ କଟକ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ଏକ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତୀ।

ପରେ ଇଣ୍ଡୋନେସିଆ ମ୍ୟୁଜୀୟମକୁ ବୁଲି ଦେଖିଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଆଗାମୀ ଦିନରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କ କିଭଳି ଆହୁରି ମଜବୁତ୍ ହୋଇପାରିବ ସେ ନେଇ ଉଭୟ ଦେଶ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ । ଓଡ଼ିଶା ସହ ଅର୍ଥନୈତିକ ସାଂସ୍କୃତିକ ସମ୍ପର୍କ ଅଭିବୃଦ୍ଧି କରିବା ଦିଗରେ ଉଦ୍ୟମ ମଧ୍ୟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଏଥି ସହ ଓଡ଼ିଶା ଓ କଟକ ସହ ଇଣ୍ଡୋନେସିଆର ବହୁ ପୂରୁଣା ମଧୁର ସମ୍ପର୍କ ରହିଥିବା କହିଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତୀ ।

Leave a comment