ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିବିଆଇ ଜାଲରେ ସହକାରୀ ପୋଷ୍ଟମାଷ୍ଟର; ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ି ହେଲେ ଗିରଫ

ରାଉରକେଲା: ସିବିଆଇ ଜାଲରେ ରାଉରକେଲା ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ଵ ରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ସଂପୃକ୍ତ ଦଲାଲକୁ ବି ଗିରଫ କରିଛି ସିବିଆଇ। ଆସିଣ୍ଟାଣ୍ଟ ପୋଷ୍ଟ ମାଷ୍ଟର ଓ ଦଲାଲଙ୍କୁ ଗିରଫ କରି ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଜଣେ ମହିଳା ଜମାକାରୀଙ୍କ ଜମା ଟଙ୍କା ଦେବା ପାଇଁ ଦୁଇଲକ୍ଷ ଟଙ୍କା ମାଗିଥିଲେ। ୫୦ ହଜାର ନଗଦ ଟଙ୍କା ସହିତ ଦେଢଲଷ ଟଙ୍କା ଚେକ ନେଉଥିବା ସମୟରେ ବିଆଇ ହାତରେ ଧରାପଡିଲେ। ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବା ବେଳେ ସହକାରୀ ପୋଷ୍ଟମାଷ୍ଟର ଓ ଏଜେଣ୍ଟଙ୍କୁ ଗିରଫ କରିଛନ୍ତି ।

Leave A Reply

Your email address will not be published.