ପଟିଆ ଡିଗ୍ରୀ କଲେଜର ‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ବର: ପଟିଆସ୍ଥିତ ସ୍ଥାନୀୟ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ‘ମୋ କଲେଜ ଅଭିଜାନ ’ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କଲେଜ ଅଧକ୍ଷ ପ୍ରଶାନ୍ତ ରାଉତଙ୍କ ବଳିଷ୍ଠ ଉଦ୍ଯମ ଓ ସହଯୋଗରେ କଲେଜର ଓଡ଼ିଶା ସରକାରଙ୍କ ଉଚ୍ଚବିଭାଗ ଦ୍ବାରା ‘ମୋ କଲେଜ ଅଭିଯାନ’ କାର୍ଯ୍ଯକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀ ସାମଗ୍ରିକ ବିକାଶର ଦାୟିତ୍ୱ ନେବେ। ‘ମୋ କଲେଜ’ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ଏକ ଆବେଗ ସେତୁ ପରି କାର୍ଯ୍ଯ କରିବ ବୋଲି କଲେଜ ଅଧକ୍ଷ ପ୍ରଶାନ୍ତ ରାଉତ କହିଥିଲେ।
ଏହି କାର୍ଯ୍ଯକ୍ରମେର ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ନିରଞ୍ଜନ ଶତପଥି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ଜେନା ଏବଂ ପୁରାତନ ଛାତ୍ରଛାତ୍ରୀ ସଙ୍ଘର ସମ୍ପାଦକ ସ୍ନେହାଶିଷ ପତି ଯୋଗ ଦେଇଥିଲେ।
ଏହି କାର୍ଯ୍ଯକ୍ରମକୁ ‘ମୋ କଲେଜ ଅଭିଯାନ’ କଲେଜ ସଂଯୋଜକ ପ୍ରବୀଣ କୁମାର ସାହୁ ପରିଚାଳନା କରିଥିଲେ। ଏଥିରେ ଅଭିଭାବକ , ସମସ୍ତ ପୁରାତନ ଛାତ୍ରଛାତ୍ରୀ , କଲେଜର ସମସ୍ତ ଅଧ୍ଯାପକ- ଅଧ୍ଯାପିକା ଓ ବିଶିଷ୍ଟ ଶିକ୍ଷାବିତ ଉପସ୍ଥିତ ଥିଲେ।