ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଦ୍ଧବ ଠାକରେଙ୍କୁ ବିଦ୍ରୋହୀ ବିଧାୟକଙ୍କ ଚିଠି, ‘ବର୍ଷବର୍ଷ ଧରି ଅବହେଳାର ଶିକାର ହୋଇଛୁ’

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ହାଇଡ୍ରାମା। ଉଦ୍ଧବ ଠାକରେ ଗତକାଲି ଫେସବୁକରେ ଲାଇଭ କରି ବିଦ୍ରୋହୀଙ୍କୁ ସାମ୍ନାସାମ୍ନି ଆସି ଆଲୋଚନ କରିଥିବା କହିଥିଲେ। ଏପରି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ ବେଳେ ଆମ ପ୍ରତି ଅବିଶ୍ୱାସ ବ୍ୟକ୍ତ କରାଗଲା । ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛୁ । ମନ୍ତ୍ରଣାଳୟରେ ବି ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଦିଆଗଲାନି । ଆମର ସବୁ ସମସ୍ୟା ଏକନାଥ ସିନ୍ଦେ ଶୁଣୁଥିଲେ।


ବିଦ୍ରୋହୀ ବିଧାୟକଙ୍କୁ ଅପମାନଜନକ ବ୍ୟବହାର କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏନସିପି ନେତା ଅପମାନ କରିଥିଲେ । ଆଦିତ୍ୟ ଠାକରେଙ୍କୁ ଅଯୋଧ୍ୟା ଯିବକୁ ଅନୁମତି ମିଳିଥିବା ବେଳେ ଆମକୁ ଫୋନ କରି ରୋକି ଦିଆଗଲା । ନ୍ୟାୟ ପାଇଁ ସିନ୍ଦେଙ୍କ ସହ ଆସିଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଚିଠିକୁ ଟ୍ୱିଟ କରିଛନ୍ତି ଏକନାଥ ସିନ୍ଦେ । ଏହା ବିଦ୍ରୋହୀ ବିଧାୟକଙ୍କ ଭାବନା ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଏକନାଥ ।

ସୂଚନା ଅନୁଯାୟୀ, ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୬ ଜଣ ବିଧାୟକ ସିଏମ୍ ଠାକରେଙ୍କ କ୍ୟାମ୍ପରେ ଅଛନ୍ତି।

Leave A Reply

Your email address will not be published.