ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବସେନାର ଦୁଇ ଗୋଷ୍ଠୀଙ୍କ ନୂଆ ନାଁ ଦେଲେ ନିର୍ବାଚନ କମିଶନ

ମୁମ୍ବଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଛି। ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନାମ ମିଳିଥିବା ବେଳେ ଅନ୍ୟ ପଟେ ସିନ୍ଦେ ଦଳ ବାଲାସାହେବଚି ଶିବସେନା ନାମ ପାଇଛନ୍ତି। ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ ୩ଟି ବିକଳ୍ପ ମାଗିଛନ୍ତି। ସେହି ଆଧାରରେ ତାଙ୍କୁ ମଧ୍ୟ କୌଣସି ଏକ ଚିହ୍ନ ଦିଆଯିବ। ତେବେ ଏକନାଥଙ୍କୁ ଏପର୍ଯ୍ୟନ୍ତ ନିର୍ବାଚନୀ ଚିହ୍ନ ଦିଆଯାଇ ନ ଥିବା କୁହାଯାଉଛି।

Leave A Reply

Your email address will not be published.