ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ ଦୁଇ ବିଜେଡି ମନ୍ତ୍ରୀ

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବେ । ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ଉପସ୍ଥିତ ରହିବେ ବିଜେଡିର ଦୁଇ ମନ୍ତ୍ରୀ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ପ୍ରସ୍ତାବକ ରହିବେ ବିଜେଡିର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ । ଏହି ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି ।

ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫୋନ୍ ଯୋଗେ କଥା ହୋଇଥିଲେ । ନାମାଙ୍କନ ଉତ୍ସବରେ ଉପସ୍ଥିତ ରହିବା ପାଇଁ କହିଥିଲେ । ସମର୍ଥନ ଜଣାଇ ନବୀନ ନିଜ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କୁ ନାମାନଙ୍କନ ସମୟରେ ଉପସ୍ଥିତ ରହିବା ସହ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କ୍ୟାବିନେଟର ଦୁଇ ମନ୍ତ୍ରୀ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଛନ୍ତି । ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଦୁଇ ମନ୍ତ୍ରୀ ଆସନ୍ତାକାଲି ନାମାଙ୍କନ ଦାଖଲ ସମୟରେ ମଧ୍ୟ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ଗତ କାଲି ବିଜେଡି ସୁପ୍ରିମୋ ନବୀନ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.