ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଗିରଫ : ୧୦୦ଟି କାରରେ ପିଛା କରି ଧରିଲା ପୁଲିସ, ପଞ୍ଜାବରେ ଇଣ୍ଟରନେଟ୍ ସେବା ବନ୍ଦ

ଚଣ୍ଡିଗଡ଼ : ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବର ଜଲନ୍ଦର ପୁଲିସ ଗିରଫ କରିଛି।ପ୍ରଥମେ ଅମୃତପାଲର ସହଯୋଗୀମାନେ ଧରା ପଡ଼ିବା ପରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରାଯାଇଛି । ତାକୁ ଧରିବାକୁ ପ୍ରାୟ ୧୦୦ଟି ଗାଡ଼ିରେ ପୁଲିସ ପିଛା କରିଥିଲା । ପୁଲିସ ଅମୃତପାଲର ସହଯୋଗୀମାନଙ୍କୁ ଜଳନ୍ଧର ଜିଲ୍ଲାର ମେହତପୁର ଥାନାରେ ଅଟକ ରଖିଛି ।

ଆଜି ଗୁଇନ୍ଦା ସୂଚନା ପାଇ ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହକୁ ଗିରଫ କରିବା ପାଇଁ ପଞ୍ଜାବ ପୁଲିସ୍‌ ଆଜି ସର୍ଚ୍ଚ ଅପରେସନ କରିଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ଅମ୍ରିପାଲ ସିଂହର କନଭୟକୁ ପୁଲିସ ଜଲନ୍ଧର ପାଖରେ ଅଟକାଇ ଗିରଫ କରିବାକୁ ଚେଷ୍ଟା କରିଥିଲା। ହେଲେ ପୁଲିସ୍‌କୁ ଚକମା ଦେଇ ଅମ୍ରିତପାଲ ସିଂହ ଜଲନ୍ଧରର ମେହାତପୁର ଠାରୁ ଖସି ଯିବାକୁ ସକ୍ଷମ ହୋଇଛି। ତେବେ ତା’ର ୬ ଜଣ ସହଯୋଗୀଙ୍କୁ ପୁଲିସ୍‌ ଅଟକ ରଖିବା ସହ ଅମୃତପାଲକୁ ଧରିବା ପାଇଁ ବିଭିନ୍ନସ୍ଥାନରେ ଚଡାଉ କରିଥିଲା। ଅମ୍ରିତପାଲ ପୁଲିସ କବଳରୁ ବର୍ତ୍ତିବା ପାଇଁ ଖସି ଯାଉଥିବା ବେଳେ ପୁଲିସ ତାକୁ ପିଛା କରି ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରିଛି।

ତେବେ ଏହି ଖବର ପ୍ରସାରିତ ହେବା ପରେ ଅମ୍ରିତପାଲ ସିଂହର ସମର୍ଥକମାନେ ପଞ୍ଜାବର ବିଭିନ୍ନ ସ୍ଥାନରେ ମେଳି ବାନ୍ଧିକା ଆରମ୍ଭ କରିଛନ୍ତି। ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ସରକାର ଆସନ୍ତାକାଲି ଯାଏ ପଞ୍ଜାବରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେଇଛନ୍ତି। ଇଣ୍ଟରନେଟ ସହ ଏସଏମଏସ ସେବାକୁ ବନ୍ଦ କରାଯାଇଛି। କେବଳ ବ୍ୟାଙ୍କିଙ୍ଗ ଓ ରିଜାର୍ଜ ଏସଏମଏସ୍‌ କାମ କରିବ। ଲୋକମାନେ ଫୋନରେ କଥା ମଧ୍ୟ ହୋଇପାରିବେ। ହେଲେ ଇଣ୍ଟରନେଟ ଆସନ୍ତାକାଲି ଦିନ ୧୨ଟା ଯାଏ କାମ କରିବ ନାହିଁ।

ଅମୃତସର-ଜଳନ୍ଧର ରାଜପଥରେ ମଧ୍ୟ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଅମୃତସର ବିମାନ ବନ୍ଦରରୁ ଅମୃତପାଲ ସିଂହର ଜଣେ ଘନିଷ୍ଠ ସହଯୋଗୀ ଦେଶ ଛାଡ଼ି ଇଂଲଣ୍ଡ ପଳାଇଯିବାକୁ ଉଦ୍ୟମ କରିଥିବାବେଳେ ଗିରଫ ହୋଇଥିଲେ। ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଗୁରିନ୍ଦରପାଲ ସିଂ ଓଜଲାଙ୍କୁ ଅଟକ ରଖିଥିଲେ। ସେ ଖଲିସ୍ତାନୀ ଚିନ୍ତାଧାରା ପ୍ରସାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଥିଲା ।

ସେପଟେ ପଞ୍ଜାବ ପୁଲିସ ଅମୃତପାଲ ସିଂଙ୍କ ବିରୋଧରେ ଘୃଣା ଭାଷଣ ସମେତ ତିନୋଟି ମାମଲା ରୁଜୁ କରିଛି। ଅମୃତପାଲଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇବାକୁ ମଧ୍ୟ ବିଚାର କରାଯାଉଥିବା ଜଣାପଡ଼ିଛି। ପୁଲିସ ଅମୃତପାଲ ସିଂଙ୍କ ସହଯୋଗୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଶାନ୍ତି ଏବଂ ସଦ୍ଭାବ ରକ୍ଷା କରିବା ଏବଂ ମିଥ୍ୟା ଖବର ପ୍ରଚାର ନକରିବାକୁ ପଞ୍ଜାବ ପୋଲିସ ଲୋକଙ୍କୁ ଅନୁରୋଧ କରିଛି।

Leave A Reply

Your email address will not be published.