ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳ ସମ୍ପଦ ପରିଚାଳନା ଓ ସଂରକ୍ଷଣରେ ଓଡ଼ିଶା ଶ୍ରେଷ୍ଠ : କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ମିଳିଲା ଦୁଇ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ଶ୍ରେଣୀରେ ସମ୍ମାନସ୍ପଦ ‘ନ୍ୟାସନାଲ୍‌‌ ୱାଟର୍‌‌ ଡାଇଜେଷ୍ଟ୍‌‌’ ଓ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉତ୍ତମ ଭିତ୍ତିଭୂମି ନିର୍ମାଣ ଓ ଜଳ ପରିଚାଳନା ପାଇଁ ବେଷ୍ଟ୍‌‌ ଇନଫ୍ରା ପାଇନର୍‌‌ ପ୍ରୋଜେକ୍ଟ ପୁରସ୍କାର ମିଳିଛି।

କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟକୁ ଏହି ଦୁଇ ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌‌ କରାଯାଇଛି। ଟୁଇଟ୍‌‌ରେ ଲେଖା ରହିଛି ଯେ, ଓଡ଼ିଶା ଉଠା ଜଳ ସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ପୁରସ୍କାର ଓ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ବେଷ୍ଟ ଇନଫ୍ରା ପାଇନର ପ୍ରେଜେକ୍ଟ ପୁରସ୍କାର ପାଇଁ ଜଳସମ୍ପଦ ବିଭାଗକୁ ଶୁଭେଚ୍ଛା। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହେତୁ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ମିଳିଛି। ସୂଚନା ଯୋଗ୍ୟ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ୍‌‌ ଜଳସମ୍ପଦ ରାଜ୍ୟକୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୯୯-୨୦୦୦ ମସିହାରେ ରାଜ୍ୟରେ ୩୫.୯୧ ହେକ୍ଟରର ଜମିରେ ଜଳସେଚନ ହୋଇପାରୁନଥିଲା। ଖରିଫ୍‌‌ ଫସଲ ପାଇଁ ୨୪.୮୭ ଲକ୍ଷ ହେକ୍ଟର ଓ ରବି ପାଇଁ ୧୧.୦୪ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେଉଥିଲା। ମାତ୍ର ୨୦୨୧-୨୨ ସୁଦ୍ଧା ରାଜ୍ୟ ଜଳସେଚନ କ୍ଷମତା ବଢ଼଼ିଛି ୬୬.୮୮ ଲକ୍ଷ ହେକ୍ଟରରେ ପହଞ୍ଚିଛି। ତନ୍ମଧ୍ୟରୁ ଖରିଫ୍‌‌ ଋତୁରେ ୪୬.୨୭ ଲକ୍ଷ ହେକ୍ଟର ଜମି ଓ ରବି ଋତୁରେ ୨୦.୬୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହୋଇପାରିଛି। ସେହିଭଳି କଳାହାଣ୍ଡିରେ ଥିବା ପ୍ରମୁଖ ଓ ମଧ୍ୟମ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଆଦିବାସୀ ଚାଷୀଙ୍କ ପାଇଁ ବରଦାନ ପାଲଟିଛି।

Leave A Reply

Your email address will not be published.