ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି: ୫ଜଣଙ୍କୁ IG ପାହ୍ୟା, ୬ଜଣ ହେଲେ DIG

ଭୁବନେଶ୍ବର : ରାଜ୍ୟ ସରକାର ନୂଆବର୍ଷ ୨୦୨୪ ପୂର୍ବରୁ ଓଡ଼ିଶା କ୍ୟାଡରର ୧୯ ଜଣ ଆଇପିଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ଅନୁଯାୟୀ ୧୯୯୯ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ୨୦୨୪ ଜାନୁଆରି ପହିଲାରୁ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇପାରିବେ। ୨୦୦୬ ବ୍ୟାଚ୍‌ର ୫ ଜଣ ଆଇପିଏସ୍ ଅଫିସରଙ୍କୁ ପୁଲିସ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହି ଅଧିକାରୀମାନେ ହେଲେ ଅନୁପ କୁମାର ସାହୁ, ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଧା ସିଂ।

ସେହିପରି ୨୦୧୦ ବ୍ୟାଚ୍‌ର ୬ ଜଣ ଆଇପିଏସ୍ ଅଫିସରଙ୍କୁ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ନୂଆ ଡିଆଇଜିମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂହ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ କେ ଶିବା ସୁବ୍ରମଣି। ବର୍ତ୍ତମାନ ଆଶିଷ କୁମାର, ପାରୁଲ ଗୁପ୍ତା ଏବଂ କେ ଶିବା ସୁବ୍ରମଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ସେହିପରି ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡରର ଅନ୍ୟ ୪ ଜଣ ଆଇପିଏସ୍ ଅଫିସର ରାହୁଲ ଜୈନ, ସର୍ବନା ବିବେକ ଏମ୍, କୁଶଲକର ନିତିନ ଦଗଡୁ ଓ ପ୍ରତ୍ୟୁଷ ଦିୱାକରଙ୍କୁ ଲେଭେଲ-୧୨ ବେତନ ସ୍କେଲକୁ ପଦୋନ୍ନତି ମିଳିଛି। ୨୦୧୧ ବ୍ୟାଚ୍‌ର ୩ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର, ବନୋଥ ଯୁଗଳ କିଶୋର କୁମାର, ବଟୁଲା ଗଙ୍ଗାଧରଙ୍କୁ ପେ ମେଟ୍ରିକ୍ସର ଲେଭେଲ ୧୩କୁ ପଦୋନ୍ନତି ଦିଆଯାଇଛି।

Leave A Reply

Your email address will not be published.