ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୋଦୀ

ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ; ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୧୯୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ ଏବଂ ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ଏହାପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦିନ ୨ଟା ୪୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ ପରେ ହେଲିକେପ୍ଟର ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୩ଟା ୩୦ ମିନିଟରୁ ୪ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହାପରେ ୪ଟା ୧୫ରୁ ୫ ଟା ଯାଏଁ ଦଳ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ। ସନ୍ଧ୍ୟା ୫ଟା ୫୦ ମିନିଟରେ ପ୍ରଧାନମନ୍ତ୍ରୀ କୋଲକାତା ଅଭିମୁଖେ ଯାତ୍ରା କରିବେ। ଉଦ୍‌‌ଘାଟନ ଏବଂ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହିତ ଜଡ଼ିତ ରହିଛି। ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌‌ ମୋନୋ ଏଥାଇଲନ୍‌‌ ଗ୍ଲାଇକଲ୍‌‌ ପ୍ରକଳ୍ପକୁ ଉଦଘାଟନ କରିବେ। ଏଥିସହ ସେ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ମଧ୍ୟ ଉଦଘାଟନ କରିବେ। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରାଯିବ। ଏହି ଅବସରରେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ପ୍ରଧାମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିବେ। ପ୍ରଧାନମନ୍ତ୍ରୀ ୧୬୨ କିମି ବାଂଶପାଣି – ଦୈତାରୀ – ଟମକା – ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ। କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍‌‌ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍‌‌ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍‌‌ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତି ପ୍ରସ୍ତର ସ୍ଥାନ କରାଯିବ। ସେହିପରି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍‌‌ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର – ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.