ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମ୍‌‌ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)ପକ୍ଷରୁ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା(ପ୍ରିଲିମ୍‌‌) ଶୁକ୍ରବାର ଆରମ୍ଭ ହେବ। ପ୍ରିଲିମ୍‌‌ ପରୀକ୍ଷା ମାର୍ଚ୍ଚ ୧୦ରୁ ୧୩ ତାରିଖ ଯାଏଁ ଚାଲିବ। କେବଳ ଟିଜିଟି ବର୍ଗର କଳା, ପିସିଏମ୍‌ ଓ ସିବିଜେଡ୍‌‌ ଆଶାୟୀ ପ୍ରିଲିମ୍‌‌ ପରୀକ୍ଷା ଦେବାକୁ ଥିବାବେଳେ ହିନ୍ଦୀ, ସଂସ୍କୃତ, ପିଇଟି, ଉର୍ଦ୍ଦୁ ଓ ତେଲୁଗୁ ବର୍ଗର ଆଶାୟୀମାନେ କେବଳ ମେନ୍‌‌ ପରୀକ୍ଷା ଦେବେ। ଟିଜିଟି କଳା ବର୍ଗରେ ୧୯୭୦ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯ ଓ ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ଲାଗି ଆଶାୟୀ ଦକ୍ଷତା ପରୀକ୍ଷା ଦେବେ। ସେହିଭଳି ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ପାଇଁ ପରୀକ୍ଷା ହେବ। ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ‘ଓଏସ୍‌ଏସ୍‌ସି’ର ଅଧ୍ୟକ୍ଷ ଅଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.