ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ କରୁଥିଲେ ଦ୍ୱିତୀୟ ବିବାହ, ବିବାହ ମଣ୍ଡପରୁ ବରକୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର : ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ ସ୍ୱାମୀ। ଖବର ପାଇ ପ୍ରଥମ ପତ୍ନୀ ପୁଲିସର ସହଯୋଗରେ ବିବାହ ମଣ୍ଡପରେ ପହଞ୍ଚିଥିଲେ। ପୁଲିସ ଏହି ବିବାହକୁ ଅଟକାଇବା ସହ ବେଦୀରୁ ସ୍ୱାମୀକୁ ଉଠାଇ ଆଣିଛି। ଏନେଇ ପ୍ରଥମ ପତ୍ନୀ ଦମୟନ୍ତୀ ରାଉତ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ଅଭିଯୋଗ ଅନୁସାରେ, ୬ବର୍ଷ ତଳେ ନୂଆପଲ୍ଲୀ ଏକାମ୍ର ବିହାରରେ ରହୁଥିବା ଦମୟନ୍ତୀଙ୍କୁ ଦିଲ୍ଲୀପ ରାଉତଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ରହିଛି। ହେଲେ ଶାଶୂଘର ଲୋକେ ଯୌତୁକ ଦାବିକରି ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କର ବାପାଙ୍କ ନାମରେ ଥିବା ଏକ ଜମି ଦେବାକୁ କହୁଥିଲେ। ହେଲେ ଏହାକୁ ଦୟମନ୍ତୀ ବିରୋଧ କରିଥିବାରୁ ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କୁ ଏବଂ ତାଙ୍କ ଝିଅକୁ ଖାଇବାକୁ ଦେଉ ନ ଥିବା ଦମୟନ୍ତୀ ଅଭିଯୋଗ କରିଛନ୍ତି। ଶାଶୂ ଘର ଲୋକେ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ଦମୟନ୍ତୀ କହିଛନ୍ତି। ଶେଷରେ ଜଟିଳ ହେବାରୁ ବାପଘର ଲୋକେ ଦମୟନ୍ତୀଙ୍କୁ ଘରକୁ ନେଇ ଆସିଥିଲେ।

ହେଲେ ଆଜି ବାଳକାଟି, ଉତ୍ତରାରେ ଥିବା ଏକ ମନ୍ଦିରରେ ଦିଲ୍ଲୀପଙ୍କ ବିବାହ ହେଉଥିଲା। କିନ୍ତୁ କୌଣସି ସୂତ୍ରରୁ ଦମୟନ୍ତୀ ଖବର ପାଇ ପୁଲିସକୁ ଜଣାଇଥିଲେ। ନୂଆପଲ୍ଲୀ ପୁଲିସ ସହଯୋଗରେ ବିବାହ ମଣ୍ଡପରେ ଚଢଉ କରି ବିବାହ ରୋକିଥିଲେ। ସେଠାରେ ଦମୟନ୍ତୀ ସମସ୍ତ ପ୍ରମାଣ ଦେବା ସହ ବିବାହ ରୋକିବାକୁ କହିଥିଲେ। ପୁଲିସ ବିବାହ ବେଦିରୁ ବରକୁ ଉଠାଇ ଆଣିଥିଲା। ବଡ଼ କଥା ହେଲା ବିବାହ ମଣ୍ଡପରେ ବର ଘର ଏବଂ ଦମୟନ୍ତୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ବିବାହ ଲାଗିଥିବା ଝିଅର ପରିବାର ମଧ୍ୟ ତାଙ୍କର ପ୍ରଥମ ପତ୍ନୀ ଥିବା ଜାଣି ନ ଥିଲେ। ତେଣୁ ଦିଲ୍ଲୀପଙ୍କ ପରିବାର ଲୋକେ ତଞ୍ଚକତା କରି ବିବାହ କରୁଥିବା ଦମୟନ୍ତୀ କହିଛନ୍ତି।

Leave A Reply

Your email address will not be published.