ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ, ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି

ବାରିପଦା: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଭିଯୁକ୍ତ କନେଷ୍ଟବଳ ଜଣଙ୍କ ହେଲେ ନିହାର ଦଣ୍ଡପାଟ (୪୫) । ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୬ଟି ଟିମରେ ୩୫ଜଣ ଅଫିସର ଚଢ଼ାଉ ଜାରି ରଖିଛନ୍ତି । ବାରିପଦାର ଭଞ୍ଜପୁରରେ ନବ ନିର୍ମିତ କୋଠା ଘର, ୨ଟି ବ୍ୟବସାୟ ପ୍ରତିଷ୍ଠାନ, ବଡସାହି ଥାନା ବେଲପାଳ ପୈତୃକ ଘର, ରାଉରକେଲା ସ୍ଥିତ ଶଶୁର ଘର ଓ ଶଶୁରଙ୍କ ପୈତୃକ ଗ୍ରାମ(ପଶ୍ଚିମବଙ୍ଗ)ରେ ଚଢ଼ାଉ ଜାରି । ତେବେ ଏବେ ଯାଏଁ କେତେ ପରିମାଣରେ ସମ୍ପତ୍ତି ଠାବ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.