ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପେନ୍‌କିଲର୍‌ ‘ମେଫଟାଲ୍‌’ ବ୍ୟବହାର କରୁଥିଲେ ସାବଧାନ, କେନ୍ଦ୍ରର ସରକାର ଜାରି କଲେ ଆଲର୍ଟ

ନୂଆଦିଲ୍ଲୀ : ପେନ୍‌କିଲର ଔଷଧ ମେଫଟାଲକୁ ନେଇ କେନ୍ଦ୍ରୀୟ ଏଜେନ୍ସି ସତର୍କତା ଜାରି କରିଛି। ଏହି ଔଷଧ ବ୍ୟବହାର ଦ୍ବାରା ଶରୀରରେ ବିପରୀତ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ ବୋଲି ‘ଇଣ୍ଡିଆନ ଫାର୍ମୋକୋପିଆ କମିସନ(ଆଇପିସି) ଗୁରୁବାର ସୂଚନା ଦେଇଛି। ଏଥିରେ ରହିଥିବା ମେଫନାମିକ୍‌ ଏସିଡ଼ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିବ। ଏହାର ସେବନ ଦ୍ବାରା ଇସନୋଫିଲା ସହିତ ସିଷ୍ଟମେଟିକ୍‌ ସିମ୍ପଟମ୍‌(ଡ୍ରେସ୍‌) ସିଣ୍ଡ୍ରମ ସମସ୍ୟା ମଧ୍ୟ ଉପୁଜିପାରେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସାଧାରଣତଃ ଏହି ଔଷଧ ଦାନ୍ତ ବିନ୍ଧା, ଆଣ୍ଠୁଗଣ୍ଠି ବିନ୍ଧା, ମୁଣ୍ଡ ବିନ୍ଧା କିମ୍ବା ଶରୀର ପୀଡ଼ା ପାଇଁ ବ୍ୟବହାର କରାଯାଇଥାଏ। ନଭେମ୍ବର ୩୦ରେ ଜାରି କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ ଏହି ଔଷଧର ପ୍ରତିକୂଳ ପ୍ରଭାବ ଉପରେ ସ୍ୱାସ୍ଥ୍ୟ କର୍ମୀ ଏବଂ ରୋଗୀଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି ଏପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ତେବେ ହେଲ୍ପଲାଇନ ନମ୍ବର- ୧୮୦୦-୧୮୦-୩୦୨୪କୁ କଲ୍ କରିବାକୁ କୁହାଯାଇଛି।

Leave A Reply

Your email address will not be published.