ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ତର୍ଜାତୀୟ ମହିଳା ଦିବସରେ ଶ୍ରୁତି ମହାପାତ୍ରଙ୍କୁ ‘ନାରୀଶକ୍ତି ପୁରସ୍କାର’ରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :  ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଭିନ୍ନକ୍ଷମ ଅଧିକାର ଓ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱାଭିମାନର ଚେୟାରମ୍ୟାନ୍‍ ଡ. ଶ୍ରୁତି ମହାପାତ୍ରଙ୍କୁ ସମ୍ମାନଜନକ ‘ନାରୀଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାର ସମ୍ମାନିତ କରାଯାଇଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ପୁରସ୍କାର ଉତ୍ସବ ୭୫ତମ ଆଜାଦିକା ଅମୃତ୍‍ ମହୋତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଛି। ତେବେ କରୋନା ପାଇଁ୨୦୨୦ମସିହାରେ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିବା ବେଳେ ୨୦୨୦ ବର୍ଷ ପାଇଁ ଉଦ୍ୟୋଗୀ, କୃଷି, ସୃଜନଶୀଳତା, ସାମାଜିକ କାର୍ଯ୍ୟ, ଆର୍ଟ ଆଣ୍ଡ୍‍ କ୍ରାଫ୍ଟ, ଏସ୍‍ଟିଇଏମଏମ୍‍ ଏବଂ ବନ୍ୟଯନ୍ତୁ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୨୦୨୧ ବର୍ଷ ପାଇଁ ଭାଷାବିତ୍‍, ଉଦ୍ୟୋଗୀ, କୃଷି, ସାମାଜିକ କାର୍ଯ୍ୟ, ଆର୍ଟ ଆଣ୍ଡ୍‍ କ୍ରାଫ୍ଟ, ମର୍ଚ୍ଚାଣ୍ଟନାଭି, ଏସଟିଇଏମଏମ୍‍, ଶିକ୍ଷା ଏବଂ ସାହିତ୍ୟ ଏବଂ ଭିନ୍ନକ୍ଷମ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି।


ତେବେ ଡ. ମହାପାତ୍ରଙ୍କୁ ଭିନ୍ନକ୍ଷମ ଅଧିକାର ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ଯାଇଛି। ପାଠ ପଢାରେ ସବୁବେଳେ ଟପ୍ପର ରହୁଥିବା ଡକ୍ଟର ଶ୍ରୁତି ମହାପାତ୍ର ଅନେକ ପୁରସ୍କାର ନିଜ ନାଁରେ କରିଛନ୍ତି । ଡେଭଲପମେଂଟାଲ‌ ବାୟୋଲୋଜିରେ ପିଏଚଡି କରିଥିବା ଶ୍ରୁତି ଏମଏସସିରେ ସ୍ୱର୍ଣ୍ଣପଦକ ବିଜେତା ମଧ୍ୟ । ୧୯୭୮ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରୀ ପୁରସ୍କାର ପାଇଛନ୍ତି । ୧୯୮୦,୧୯୮୧ ଏବଂ ୧୯୮୨ ମସିହାରେ ଲଗାତର ଭାବରେ ସେ ରାଷ୍ଟ୍ରୀୟ ବିତର୍କ ଚାମ୍ପିୟନ‌ ହୋଇଥିଲେ । ୧୯୮୪ ମସିହାରେ ମାତ୍ର ୨୪ବର୍ଷ ବୟସରେ ସେ ସିଭିଲ‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ତେବେ, ଚାକିରୀରେ ଯୋଗ ଦେବାର ଅଳ୍ପ ଦିନ ପୂର୍ବରୁୂ ସେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଥିଲା । ଯାହା ଫଳରେ ତାଙ୍କୁ ଚାକିରୀରେ ଯୋଗଦେବା ପାଇଁ ସରକାର ମନା କରିଥିଲେ । ତେବେ ଶ୍ରୁତି ଏଥିରେ ଭାଙ୍ଗି ନପଡି ଖୁବ‌ ସକାରତ୍ମକ ସହ ଜୀବନକୁ ଏକ ନୂଆ ଦିଗ ଦେଇଥିଲେ । ସେ ୧୯୮୭ରୁ ୧୯୯୬ ଯାଏଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେଉଁଥିରେ ପ୍ରାୟ ୩୦୦ ଜଣ ବିଦ୍ୟାର୍ଥୀ ସଫଳ ହେବା ସହ ବିଭିନ୍ନ ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ ନିଜର ଚାକିରୀ ଜୀବନ ଆରମ୍ଭ କରିଛନ୍ତି ।

ଶ୍ରୁତି ୨୦୦୧ରେ ‘ସ୍ୱାଭିମାନ’ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ରାଜ୍ୟ ଓ ରାଜ୍ୟ ବାହାରର ଦିବ୍ୟାଙ୍ଗମାନଙ୍କ ପାଇଁ ଅନବରତ ଭାବେ କାର୍ୟ୍ୟ କରିଆସୁଛି । ଏହା ସହ ସେ ୧୫ ବର୍ଷ ହେବ ଛୋଟ ଛୋଟ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଅଞ୍ଜଳୀ ନାମ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି ।

Leave A Reply

Your email address will not be published.