ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ସେନାରେ ମିଳିଲାନି ସୁଯୋଗ, ଏବେ ୟୁକ୍ରେନ ସେନା ସାମିଲ ହୋଇ ଋଷ ବିରୋଧରେ ଲଢୁଛନ୍ତି ତାମିଲନାଡୁ ଛାତ୍ର

କିଭ୍‌ : ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଉଭୟ ଦେଶ ମଧ୍ୟରେ ଆଜି ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ଭିତରେ ଏବେ ୟୁକ୍ରେନ ସେନାରେ ଜଣେ ଭାରତୀୟ ଛାତ୍ର ମଧ୍ୟ ସାମିଲ ହୋଇଛନ୍ତି। ରୁଷ ସେନାକୁ ମୁହଁତୋଡ ଜବାବ ଦେବାକୁ ହାତରେ ଉଠାଇଛନ୍ତି ବନ୍ଧୁକ। ୟୁକ୍ରେନ୍‌କୁ ପାଠ ପଢ଼ିବା ପାଇଁ ଯାଇଥିବା ଜଣେ ଭାରତୀୟ ଛାତ୍ର ୟୁକ୍ରେନ୍‌ ସେନାରେ ସାମିଲ ହୋଇଛନ୍ତି।

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ସେନାରେ ସାମିଲ ହୋଇଛନ୍ତି ତାମିଲନାଡୁର ଯୁବକ । ଆଉ ସବୁଠୁ ବଡ କଥା ହେଲା ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଯୁବକ ଜଣକ ପୂର୍ବରୁ ଭାରତୀୟ ସେନାରେ ସାମିଲ ହେବାକୁ ପରୀକ୍ଷା ଦେଇଥିଲେ । ଥରେ ନୁହେଁ ଦୁଇ ଦୁଇ ଥର । କିନ୍ତୁ କମ ଉଚ୍ଚତା କାରଣରୁ ଭାରତୀୟ ସେନାରେ ତାଙ୍କୁ ଏଣ୍ଟ୍ରି ମିଳିନଥିଲା । ଆଉ ୟୁକ୍ରେନ ସେନାରେ ସାମିଲ ହୋଇଥିବା ଯୁବକ ଜଣକ ହେଉଛନ୍ତି ୨୧ ବର୍ଷୀୟ ସୈନିକେଶ ରବିଚନ୍ଦ୍ରନ । ତାମିଲନାଡୁର କୋଏମ୍ବାଟୁରର ଯୁବକ ରବିଚନ୍ଦ୍ରନ ଯୁଦ୍ଧ ଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ୍ ସେନାରେ ସାମିଲ ହୋଇ ଋଷ ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଛନ୍ତି । ଆଉ ଏହାସହ ସେନାରେ ସାମିଲ ହେବା ସ୍ୱପ୍ନକୁ ମଧ୍ୟ ପୂରା କରିଛନ୍ତି।

ଅନ୍ୟପଟେ ସୈନିକେଶଙ୍କ ପିତାମାତା ମଧ୍ୟ ଏ ବିଷୟରେ ଅବଗତ ନଥିଲେ। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ୟୁକ୍ରେନ ସେନାରେ ଯୋଗ ଦେଇଛି, ଉଭୟ ସ୍ତବ୍ଧ ହୋଇଯାଇଥିଲେ । ସୈନିକେଶ ରବିଚନ୍ଦ୍ରନ ପାଠ ପଢ଼ିବାକୁ ୨୦୧୮ରେ ୟୁକ୍ରେନ ଯାଇଥିଲେ । ସେ ଖାର୍କିଭର ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଜୁଲାଇ ୨୦୨୨ରେ ତାଙ୍କ କୋର୍ସ୍ ଶେଷ ହେବାକୁ ଥିଲା, କିନ୍ତୁ ଏହାପୂର୍ବରୁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ​​। ଏବଂ ସବୁ କିଛି ହଠାତ୍ ବଦଳି ଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ସାଇନିକେଶଙ୍କ ଘର ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ସେପଟେ ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଥିଲେ, କିନ୍ତୁ ସୈନିକେଶଙ୍କ ବିଷୟରେ କୌଣସି ସୂଚନା ନ ପାଇ ତାଙ୍କ ପିତାମାତା ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ। ଦୂତାବାସର ଅଧିକାରୀମାନେ ସୈନିକେଶଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କଲାବେଳେ ଜଣାପଡ଼ିଥିଲା ଯେ ସେ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି। ସୈନିକେଶ କହିଥିଲେ ଯେ ରୁଷ ବିରୋଧରେ ଯୁଦ୍ଧ କରିବା ପାଇଁ ସେ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି। ପରିବାର ଲୋକ ବୁଝାଇବା ସହ ଭାରତକୁ ଫେରି ଆସିବାକୁ କହିଥିଲେ ମଧ୍ୟ ଏଥିରେ ରାଜି ହୋଇନଥିଲେ ରବିଚନ୍ଦ୍ରନ ।


ଅନ୍ୟପଟେ ଋଷକୁ କଡା ଯବାବ ଦେବାପାଇଁ ୟୁକ୍ରେନ ସେନାରେ ବିଭିନ୍ନ ଦେଶର ଯୁବକ ମାନେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ସେନା ଇଣ୍ଟରନ୍ୟାସନାଲ ଲିଜିଏନର ଘୋଷଣା କରିଛି । ଯେଉଁ ଯେଉଁ ୟୁନିଟରେ ବିଦେଶରୁ ଆସୁଥିବା ଯୁବକ ମାନଙ୍କୁ ସାମିଲ କରାଯାଉଛି । ଏହାପୂର୍ବରୁ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଋଷ ବିରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ହଜାର ହଜାର ବିଦେଶୀ ନାଗରିକଙ୍କ ଆବେଦନ ମିଳୁଛି । ଯେଉଁମାନେ କେବଳ ଋଷ ସହ ଲଢେଇ କରିବାକୁ ନୁହେଁ ବରଂ ବିଶ୍ୱକୁ ରକ୍ଷା କରିବାକୁ ଚାହୁଁଛନ୍ତି । ୟୁକେନ୍ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଏହି ନୂଆ ୟୁନିଟରେ ଏବେ ସୁଦ୍ଧା ଆମେରିକା, ବ୍ରିଟେନ, ସ୍ୱିଡେନ, ମେକ୍ସିକୋ ଓ ଭାରତ ଭଳି ଦେଶରୁ ଯୁବକ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.