ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ ପୁଣି ବିଶ୍ବସ୍ତରୀୟ ପ୍ରଶଂସା, ରାଜ୍ୟ ଆଣୁଛି ସ୍ୱତନ୍ତ୍ର କ୍ଳାଇମେଟ୍ ବଜେଟ୍

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବିଶ୍ବସ୍ତରୀୟ ପ୍ରଶଂସା । ପ୍ରାକୃତିକ ବିପର୍ଯ୍ଯୟର ମୁକାବିଲା ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ଓଡ଼ିଶାର କ୍ଲାଇମେଟ୍‌ ବଜେଟକୁ ମିଳିଛି ପ୍ରଶଂସା। ସାରା ଦେଶରେ ଓଡ଼ିଶାର କ୍ଲାଇମେଟ ବଜେଟ ପ୍ରଥମ । ଜି-୨୦ ସମ୍ମିଳନୀ ପୂର୍ବରୁ ସଷ୍ଟେନେବଲ ଫାଇନାନ୍ସ ଓ୍ବାର୍କିଂ କମିଟି ବୈଠକରେ ରାଜ୍ୟ ଅର୍ଥ ସଚିବ କ୍ଳାଇମେଟ୍‌ ବଜେଟକୁ ବେଷ୍ଟ ପ୍ରାକ୍ଟିସ୍‌ ହିସାବରେ ଉପସ୍ଥାପନ କରିଛନ୍ତି ।

ପ୍ରାକୃତିକ ବିପର୍ଯ୍ଯୟର ମୁକାବିଲା ସାଙ୍ଗକୁ ପରିବର୍ତ୍ତିତ ପାଣିପାଗରେ ଜୀବନ ଜୀବିକା ସୁରକ୍ଷିତ ରଖିବାକୁ କ୍ଳାଇମେଟ୍‌ ବଜେଟ୍‌ ଉଦ୍ଦିଷ୍ଟ । ୨୦୧୦ରୁ ପାଣିପାଗ‌ ପାଇଁ ସ୍ୱତନ୍ତ୍ର ଦୀର୍ଘସୂତ୍ରୀ ଯୋଜନା ସହ ୨୦୨୧ରୁ ଓଡ଼ିଶା ସରକାର କ୍ଳାଇମେଟ୍‌ ବଜେଟ୍‌ ଆଣୁଛନ୍ତି । ଜିରୋ କାଜୁଆଲଟି ମିଶନ ନେଇ କାମ କରାଯାଉଛି । ଜି-୨୦ ସମ୍ମିଳନୀ ପୂର୍ବରୁ ବିଭିନ୍ନ ଦେଶର ବେଷ୍ଟ ପ୍ରାକ୍ଟିସକୁ ନେଇ ରାଜସ୍ଥାନର ଉଦୟପୁରରେ ଆୟୋଜିତ ସଷ୍ଟେନେବଲ ଫାଇନାନ୍ସ ଓ୍ବାର୍କିଂ କମିଟିର ତିନିଦିନିଆ ବୈଠକରେ ଓଡ଼ିଶାର କ୍ଳାଇମେଟ୍‌ ବଜେଟକୁ ପ୍ରଶଂସା କରାଯାଇଛି।

ଏହି ବୈଠକରେ ୯୦ଟି ଦେଶର ପ୍ରତିନିଧି ଆର୍ଥିକ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ଉପସ୍ଥାପନ କରିଛନ୍ତି। ମିଲେଟ୍‌ ମିଶନ ଜରିଆରେ ସ୍ଵଳ୍ପବୃଷ୍ଟିରେ ଧାନର ବିକଳ୍ପ, ଭୂତଳ ଜଳ ସଂରକ୍ଷଣ ଓ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା ସାଙ୍ଗକୁ ବାତ୍ୟା ପ୍ରତିରୋଧ ପାଇଁ ହେନ୍ତାଳ ବଣ ସୃଷ୍ଟି ଓ ସମୁଦ୍ର କୂଳରେ ସୁରକ୍ଷା ପ୍ରାଚୀର ଆଦି ପଦକ୍ଷେପ ନେଇଛି ଓଡ଼ିଶା । ଅଦିନିଆ ବର୍ଷା କି ମରୁଡ଼ି ଭଳି ଦୁର୍ବିପାକ ହେଲେ ଚାଷୀକୁଳ ପାଇଁ ରାଜ୍ୟ ସରକାର ବିକଳ୍ପ ଜୀବିକା ବ୍ୟବସ୍ଥା କରୁଛନ୍ତି । କ୍ଲାଇମେଟ୍‌ ବଜେଟରେ ପ୍ରାକୃତିକ ବିପର୍ଯ୍ଯୟର ମୁକାବିଲା ପାଇଁ ସ୍ବତନ୍ତ୍ର ଅଟକଳ, ପାଣିପାଗରେ ଅଚାନକ ପରିବର୍ତ୍ତନ ହେଲେ ବିକଳ୍ପ ବ୍ୟବସ୍ଥା, ଖର୍ଚ୍ଚର ନିୟମିତ ସମୀକ୍ଷା ଓ ସ୍ଥାୟୀ ଭିତ୍ତିଭୂମି କ୍ଲାଇମେଟ୍‌ ବଜେଟର ଅଂଶ ବିଶେଷ । ଓଡ଼ିଶାର କ୍ଳାଇମେଟ୍‌ ବଜେଟକୁ ଅନ୍ୟ ରାଜ୍ୟ ଓ ଦେଶ ଆପଣାଇବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.