ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦୁଆ ଡ୍ରାଇଭର ହୋଇଯାଆନ୍ତୁ ସାବଧାନ, ଧରାପଡ଼ିଲେ ଯିବେ ଜେଲ୍‌; ରାଜ୍ୟରେ ଆଜିଠୁ ଚେକିଂ ଜୋରଦାର

ଭୁବନେଶ୍ୱର: ସାବଧାନ ହୋଇଯାଆନ୍ତୁ ମଦୁଆ ଡ୍ରାଇଭର। କାରଣମଦ୍ୟପାନ କରି ଗାଡି ଚଳାଉଥିବାବେଳେ ଧରା ପଡ଼ିଲେ ଏଥର କେବଳ ଜରିମାନା ନୁହେଁ ଭୋଗିବେ ଜେଲଦଣ୍ଡ । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଆଜିଠୁ ଚେକିଂ ଜୋରଦାର କରାଯାଇଛି । ସାରା ରାଜ୍ୟରେ ଆଜିଠାରୁ ୩ ଦିନ ଧରି ଚାଲିବ ଚେକିଂ। ଏନେଇ ସୂଚନା ଦେଲେ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର।

ସେ କହିଛନ୍ତି, ଆଜି ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ। ଧରାପଡ଼ିଲେ କେବଳ ଜରିମାନା ନୁହେଁ, ଜେଲ୍‌ ପଠାଯିବ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର କହିଛନ୍ତି।

Leave A Reply

Your email address will not be published.