ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆ ଭାଷା ଆମ ଗୌରବମୟ ସଂସ୍କୃତି ଓ ଅସ୍ମିତାର ପରିଚୟ, ଏହାର ସୁରକ୍ଷା ଓ ପ୍ରସାର ପାଇଁ ସଂକଳ୍ପବଦ୍ଧ ହେବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଲିଖିତ ଏହି ଲେଖାଟି ପ୍ରତି ମୁହୂର୍ତ୍ତରେ ମାତୃଭାଷାର ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନରେ ବାନ୍ଧି ହେବା ପାଇଁ ବାଧ୍ୟ କରିଥାଏ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ, ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ। ଏହାର ମାଧୁର୍ଯ୍ୟ ଆମକୁ କରିଛି ସ୍ବତନ୍ତ୍ର। ଏହା ଓଡ଼ିଶାର ପ୍ରଶାସନିକ ଭାଷା। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଏହା ଅନ୍ୟତମ। ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ଓ ଅନ୍ୟଭାଷା ଦ୍ବାରା ପ୍ରଭାବିତ ହୋଇ ନଥିବା ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି।

odia-sastiya-bhasa-divas

୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ ତାରିଖ ଦିନ ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହା ପର ବର୍ଷ ଅର୍ଥାତ ୨୦୧୫ରୁ ମାର୍ଚ୍ଚ ୧୧ ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୫ଠୁ ପ୍ରତିବର୍ଷ ଶାସ୍ତ୍ରୀୟ ଓଡ଼ିଆ ଦିବସ ଭାବେ ପାଳନ  କରାଯାଉଛି।

ଆଜି ଶାସ୍ତ୍ରୀୟ ଓଡ଼ିଆ ଦିବସ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିବସରେ ଟ୍ବିଟ କରି ଓଡିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଆହ୍ବାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ଓଡ଼ିଆ ଭାଷା ଆମ ଗୌରବମୟ ସଂସ୍କୃତି ଓ ଅସ୍ମିତାର ପରିଚୟ। ଆମ ଭାଷା ଷଷ୍ଠ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ଆସନ୍ତୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସରେ ଏହାର ସୁରକ୍ଷା ଓ ପ୍ରସାର ପାଇଁ ସଂକଳ୍ପବଦ୍ଧ ହେବା।’

ସୂଚନାଯୋଗ୍ୟ ଓଡ଼ିଆ ଭାଷା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାଲମ୍‌କୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିଛି। ଓଡ଼ିଆ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ତୁଳନାରେ ଖୁବ୍‌ କମ୍‌ ପାରସୀ ଓ ଆରବୀ ଭାଷା ଦ୍ବାରା ପ୍ରଭାବିତ। ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ସମୟରେ ତିଆରି ଖଣ୍ଡଗିରି ଓ ହାତୀଗୁମ୍ପାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ବିଷୟରେ ସୂଚନା ଦିଏ। ହାତୀଗୁମ୍ପାର ଶିଳାଲେଖରୁ ଜଣାଯାଏ ଯେ, ଆଧୁନିକ ଓଡ଼ିଆ ଭାଷାର ଉତ୍ପତ୍ତି ପାଲି ଭାଷାରୁ। ହାତୀଗୁମ୍ପା ଶିଳାଲେଖରେ ଭାଷା ହେଉଛି ପାଲି ଓ ଲିପି ହେଉଛି ବ୍ରାହ୍ମୀ। ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ, ଓଡ଼ିଆ ଭାଷା ଅନ୍ୟ ଭାଷାଠାରୁ ବହୁ ପୁରାତନ।

Leave A Reply

Your email address will not be published.