ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ସ୍ୱରାଜ୍ୟ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ପ୍ରଥମ ସ୍ମାର୍ଟ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ, ଭୁବନେଶ୍ୱର ଭିତିକ ଷ୍ଟାର୍ଟଅପ୍, ସ୍ୱରାଜ୍ୟ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ
ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରେଲୱେ ଷ୍ଟେସନରେ ପ୍ରଥମ ସ୍ମାର୍ଟ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରାଯାଇଛି। ପୂର୍ବତଟ ରେଳପଥ ୱିମେନ୍ସ ୱେଲଫେୟାର ଅର୍ଗାନାଇଜେସନ୍ ଖୋର୍ଦ୍ଧା ରୋଡ଼ର ସଭାପତି ପୁର୍ଣ୍ଣିମା ସିଂ ଏହାକୁ ଉଦଘାଟନ କରିଥିବାବେଳେ ପୂର୍ବତଟ ରେଳପଥ ୱିମେନ୍ସ ୱେଲଫେୟାର ଅର୍ଗାନାଇଜେସନ୍ ସଚିବ ସାଗରୀକା ଶତପଥିଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି ଭେଣ୍ଡିଂ ମେସିନରେ ବିଭିନ୍ନ ବ୍ରାଣ୍ଡ ଏବଂ ବିଭିନ୍ନ ସାଇଜର ନାପକିନ୍ ଉପଲବ୍ଧ ରହୁଥିବାବେଳେ ଏଥିରେ ନୋଟ୍, କଏନ୍ ଏବଂ ୟୁପିଆଇ ଦ୍ୱାରା ପେମେଂଟ ସୁବିଧା ରହିଛି। ଉକ୍ତ ଭେଣ୍ଡିଂ ମେସିନ୍‌ରେ ଥିବା ୟୁଭି ଲାଇଟ ଦ୍ୱାରା ସମସ୍ତ ସାନିଟାରୀ ନାପକିନ୍କୁ ଜୀବାଣୁ ମୁକ୍ତ କରିବା ସହ କୋଭିଡ଼ ୧୯ ଭାଇରସ୍ ଦାଉରୁ ଏହି ପ୍ୟାକେଟକୁ ସୁରକ୍ଷିତ ରଖାଯାଇ ପାରିବ।

Article Bottom (Mobile Only)

ସ୍ୱରାଜ୍ୟ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏହିଭଳି ପାଖାପାଖି ୫୦ଟି ମେସିନ୍ ଓଡ଼ିଶାରେ ସ୍ଥାପନ କରାଯିବାର ଯୋଜନା କରାଯାଇଛି। ଏହାର ଶୁଭାରମ୍ଭ ଅବସରରେ ମୁଖ୍ୟ ପରିଚାଳନା ଅଧିକାରୀ ସାନ୍ଦିପନୀ ଭରଦ୍ୱାଜ୍, ସ୍ୱରାଜ୍ୟ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍ର
ମୁଖ୍ୟ ପରିଚାଳନା ଅଧିକାରୀ, ସୌମ୍ୟ ରଂଜନ ମିଶ୍ର, ସେଲ୍ସ ଏବଂ ମାର୍କେଟିଙ୍ଗର ନିର୍ଦ୍ଦେଶକ, ଗୁରୁ ପ୍ରସାଦ ମିଶ୍ର, ବରିଷ୍ଠ ମ୍ୟାନେଜର, ସେଲ୍ସ ଏବଂ ମାର୍କେଟିଙ୍ଗ, ଅଜୟ ରାମପ୍ରସାଦ, ମ୍ୟାନେଜର, ଟେକ୍ନିକାଲ, ପ୍ରିୟଦର୍ଶିନୀ ସିଂ, ଟେକ୍ ସପୋର୍ଟ ଇଞ୍ଜିନିୟର, ସି ଆର ଦାସ, ଭୁବନେଶ୍ୱର ଷ୍ଟେସନ୍ ମ୍ୟାନେଜର ଏବଂ ତାଙ୍କ ପତ୍ନୀ, ଲୁଲୁବାଳା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

 

ଏହି ଅବସରରେ ସ୍ୱରାଜ୍ୟ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏହାର ମୁଖ୍ୟ ପରିଚାଳନା ଅଧିକାରୀ ସାନ୍ଦିପନୀ ଭରଦ୍ୱାଜ୍ କହିଛନ୍ତିଯେ, “ଏସଭିଆଇ ଦ୍ୱାରା ପରିଚାଳିତ ଏହି ସ୍ମାର୍ଟ ଭେଣ୍ଡିଂ ମେସିନ୍ ଏଭଳି ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଛି ଯାହାକି ଭାରତରେ ପ୍ରଥମ। ଯେହେତୁ ଏହା ଏକ ଓଡ଼ିଶା ଭିତିକ କମ୍ପାନୀ ତେଣୁ ଆମ୍ଭେମାନେ ଏହି ଅତ୍ୟାଧୁନିକ ସ୍ମାର୍ଟ ମେସିନକୁ ପ୍ରଥମେ ଭୁବନେଶ୍ୱରରେ ଶୁଭାରମ୍ଭ କରିଛୁ। ଏଥିରେ ମଧ୍ୟ ଗ୍ରାହକମାନେ ଯେକୌଣସି ବ୍ରାଣ୍ଡର ଏବଂ ଭିନ୍ନ ସାଇଜର ନ୍ୟାପକିନକୁ ବିଭିନ୍ନ ପେମେଂଟ ମୋଡ୍‌ରେ କିଣିପାରିବେ। ଆଗାମୀ ୨ ରୁ ୩ ମାସ ମଧ୍ୟରେ ୫୦ ରୁ ୬୦ଟି ମେସିନ୍ ବିଭିନ୍ନ କଲେଜ୍, ସ୍କୁଲ୍ ଏବଂ ଲେଡ଼ିଜ୍ ହଷ୍ଟେଲ ଗୁଡ଼ିକରେ କମ୍ପାନୀ ପକ୍ଷରୁ ଇନଷ୍ଟଲ କରାଯିବାର ବ୍ୟବସ୍ଥା ରହିଛି ବୋଲି ସ୍ୱରାଜ୍ୟ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍  ମୁଖ୍ୟ ପରିଚାଳନା ଅଧିକାରୀ ସାନ୍ଦିପନୀ ଭରଦ୍ୱାଜ୍ କହିଛନ୍ତି।

Leave A Reply

Your email address will not be published.