ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍ କର୍ଫ୍ୟୁ, ନଭେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ କଟକଣା

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କେନ୍ଦ୍ରାପଡ଼ା ସହରରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ସମୟରେ ବେଶ ଭିଡ ହେବାର ସମ୍ଭାବନା ରହିଥିବା କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏଥି ସହିତ ପୂଜା ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ। ସେଥିପ୍ରତି ମଧ୍ୟ ପୁଲିସ ପକ୍ଷରୁ ଧ୍ୟାନ ଦିଆଯାଇଛି। ଏଥି ସହିିିତ ସହରର ଟ୍ରାଫିକ ସମସ୍ୟା ପାଇଁ ମୁଖ୍ୟ ଛକମାନଙ୍କରେ ଟ୍ରାଫିକ ପୁଲିସ ନିୟୋଜିତ କରାଯାଇଛି।

Leave A Reply

Your email address will not be published.