ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନୀଷ ମୃତ୍ୟୁ ମାମଲା : ୪ ଦିନିଆ ରିମାଣ୍ଡରେ ଯିବେ ୩ ସଇତାନ୍ ସାଙ୍ଗ ଅମ୍ରିତ-ଦିନେଶ-ମୃତ୍ୟୁଞ୍ଜୟ

ଭୁବନେଶ୍ବର : ବହୁଚର୍ଚ୍ଚିତ ଭୁବନେଶ୍ୱର ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ । କମିଶନରେଟ୍ ପୁଲିସ ପକ୍ଷରୁ ୫ ଦିନ ଲାଗି ରିମାଣ୍ଡ ଆବେଦନ କରାଯାଇଥିଲା । ଜେଏମଏଫସି କୋର୍ଟ ୪ ଦିନ ଲାଗି ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି ।

ଗତକାଲି ପୁଲିସ ମନୀଷ ମୃତ୍ୟୁର ଖୁଲାସା କରିବା ପରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମନୀଷ ମୃତ୍ୟୁ ମାମଲାରେ ୩ ସାଙ୍ଗ ଦିନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ ଗିରଫ ହୋଇଛନ୍ତି । ମନୀଷ ମୃତ୍ୟୁ ଘଟଣା ଉପରୁ ଗତକାଲି କମିଶନରେଟ୍ ପୁଲିସ ରହସ୍ୟ ହଟାଇଥିଲା । ବାରରେ ବିଲ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ବିବାଦ । ପରେ ଠେଲା ପେଲା ଓ ଆକ୍ରମଣ ଯୋଗୁ ଯାଇଥିଲା ମନୀଷଙ୍କ ଜୀବନ । ପରେ ପ୍ରମାଣ ନଷ୍ଟ କରିବାକୁ ସାଙ୍ଗ ରଚିଥିଲେ ଷଡ଼ଯନ୍ତ୍ର ।

ଅକ୍ଟୋବର ୯ ତାରିଖରେ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ୪ ବନ୍ଧୁ ବିଳମ୍ବିତ ରାତିରେ ପାତ୍ରପଡ଼ା ସ୍ଥିତ ହୋଟେଲ ସାଉଥ ସିଟିକୁ ଯାଇଥିଲେ। ସେଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କର ପାଟିତୁଣ୍ଡ ହୋଇଥିଲା।ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ଠେଲାପେଲା ବେଳେ ମାଡ଼ ମରାରୁ ମନୀଷଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ୩ ଜଣ ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିଲେ। ପୋଖରିରେ ମୃତଦେହ ଫିଙ୍ଗି ଦେଇ ହୋଟେଲ ସ୍ୱାଗତ ପ୍ୟାଲେସରେ ୧୨ ଘଣ୍ଟା କାଟିଥିଲେ ସଇତାନ୍ ସାଙ୍ଗ । ଅଭିଯୁକ୍ତଙ୍କ ବିରୋଧରେ ୩୬୪ (କ) ଅପହରଣ କରି ଟଙ୍କା ମାଗିବା, ୩୦୨ ହତ୍ୟା ଓ ୨୦୧ ପ୍ରମାଣ ନଷ୍ଟ କରିବା ଧାରା ଲାଗିଛି ।

Leave A Reply

Your email address will not be published.