ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିନ୍ତାଜନକ ନୁହେଁ ଫ୍ରାନ୍ସରେ ଦେଖାଯାଇଥିବା ନୂଆ ଭାରିଆଣ୍ଟ ‘ଆଇଏଚୟୁ’

ନୂଆଦିଲ୍ଲୀ : ଓମିକ୍ରନ ପରେ ଏବେ କରୋନା ମହାମାରୀର ଆଉ ଏକ ନୂଆ ଭାରିଆଣ୍ଟକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଡେଲଟା ଭାରିଆଣ୍ଟ ପରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ସାରା ବିଶ୍ବରେ ସଂକ୍ରମଣ ବଢାଇ ଚାଲିଛି। ୟୁରୋପର ବିଭିନ୍ନ ରାଷ୍ଟ୍ରଙ୍କ ସମେତ ଆମେରିକା ଏବଂ ଭାରତରେ ଏହି ଭାରିଆଣ୍ଟ ଏବେ ଚିନ୍ତାର କାରଣ ହୋଇଛି। ତେବେ ଏହା ମଧ୍ୟରେ ଫ୍ରାନ୍ସରେ ଆଉ ଏକ ଭାରିଆଣ୍ଟ ଦେଖାଯାଇଛି ଯାହାକି ‘ଆଇଏଚୟୁ’ ( ବି.୧.୬୪୦.୨)ନାମରେ ନାମିତ କରାଯାଇଛି। ଏହି ଭାରିଏଣ୍ଟ ୪୬ ପ୍ରକାର ରୂପ ବଦଳାଇପାରେ ଏବଂ ଏହା ଓମିକ୍ରନ ଠାରୁ ଘାତକ ହୋଇପାରେ ବୋଲି ପୂର୍ବରୁ କୁହାଯାଇଥିଲେ ହେଁ ଏହା ସେଭଳି ଚିନ୍ତାର କାରଣ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏପରିକି ଏହି ଭାରିଆଣ୍ଟ ଓମିକ୍ରନ ପୂର୍ବରୁ ଆସିଛି ଏବଂ ଏହାର ପ୍ରଭାବ ଘାତକ ନୁହେଁ ବୋଲି ସେମାନେ କହିଛନ୍ତି। ଗତ ନଭେମ୍ବରରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନର ପ୍ରଭାବ ସୃଷ୍ଟି ହେବା ପରେ ପରବର୍ତ୍ତୀ ସମୟରେ ଏହା ୟୁରୋପ ସମେତ ଆମେରିକା, ଭାରତ ଏବଂ ଦକ୍ଷିଣ ଏସିଆକୁ ବ୍ୟାପିଥିଲା। ତେବେ ଏହା ପୂର୍ବରୁ ଫ୍ରାନ୍ସରେ ଆଇଏଚୟୁ ଭାରିଆଣ୍ଟ ଦେଖାଯାଇଥିଲା ଏବଂ ଏହାଦ୍ବାରା ବର୍ତ୍ତମାନ ସୁଦ୍ଧା ମାତ୍ର ୧୨ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି। ଏହି ସଂକ୍ରମିତମାନେ ଆଫ୍ରିକୀୟ ଦେଶ କ୍ୟାମରୁନରୁ ଯାତ୍ରା କରି ଫେରିଥିବାରୁ ଏହି ଭାରିଏଣ୍ଟର ଉତ୍ପତ୍ତି ମରକ୍କୋ ବୋଲି କୁହାଯାଉଛି। ତେବେ ଓମିକ୍ରନ ଭାରିଆଣ୍ଟକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ଦିଗରେ ସତର୍କତା ଜାରି କରାଯାଇଥିଲା ବେଳେ ଏହି ଭାରିଆଣ୍ଟ ସମ୍ପର୍କରେ ‘ହୁ’ଚୁପ୍ ରହିଛି।

Leave A Reply

Your email address will not be published.