ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାପକୁ ଖାଇଗଲା ବେଙ୍ଗ

ଜାକାର୍ତ୍ତା : ସାପ ଏବଂ ବେଙ୍ଗର ଶତ୍ରୁତା ସମସ୍ତେ ଜାଣିଛନ୍ତି। ସାପ ବେଙ୍ଗକୁ ଖାଇ ଯାଉଥିବା ପ୍ରାୟ ସମସ୍ତେ ଦେଖିଥିବେ। କିନ୍ତୁ ଏବେ ଇଣ୍ଡୋନେସିଆରେ ବିପରୀତ ଘଟଣା ଘଟିଛି। ଏକ ବେଙ୍ଗ (ବୁଲ୍‌ ଫ୍ରଗ) ସାପକୁ ଖାଇଯାଇଛି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ବେଙ୍ଗଟି ଧିରେ ଧିରେ ସାପର ଛୁଆ ପାଖରେ ପହଞ୍ଚୁଛି। ପରେ ପାଦ ସାହାଯ୍ୟରେ ସାପକୁ ଗିଳି ଦେଉଛି। ଲିସଡିୟାନ୍ତୋ ସୁହାରଦଜୋ ଏହି ଫଟୋ ଉଠାଇଛନ୍ତି। ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତା ନିକଟରେ ଥିବା ଗ୍ରାମରୁ ସେ ଏହି ଫଟୋ ଉଠାଇଥିଲେ। ଏହି ବେଙ୍ଗ ନିଜ ଆଗରେ ଯାଉଥିବା ଯେକୌଣସି ଜିନିଷକୁ ଧରିପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.