ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ନବୀନ ସେନାର ଦୁଇ ସେନାପତି କାର୍ତ୍ତିକ-ପ୍ରଣବ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବେ। ସୂଚନା ଅନୁସାରେ ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିମାନ ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୦ଟାରେ ଜୟପୁର ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ଯାଇ କୋରାପୁଟ ଓଏମ୍‌ପି ପଡିଆରେ ଅବତରଣ କରି ସଭାସ୍ଥଳ ଅଭିମୁଖେ ଯିବେ। ସେଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ଶ୍ରୀ ପଟ୍ଟନାୟକ ନବରଙ୍ଗପୁରରେ ପହଞ୍ଚିବା ପରେ ଜନସଭାରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ନବରଙ୍ଗପୁରରେ ମଧ୍ୟାହ୍ନ ଭୋଜନ ଶେଷ କରି ରାୟଗଡ଼ାରେ ପହଞ୍ଚିବେ। ଟିକିରିର ମୁସୁରିପଲ୍ଲାର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା କାର୍ଯ୍ୟକମ ରହିଛି। ସେଠାରୁ ସଭା ଶେଷ କରି ପାରଳାଖେମୁଣ୍ଡି ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ। କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ କାର୍ତ୍ତିକ ପାଣ୍ଡିଆନ୍‌ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Article Bottom (Mobile Only)

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ୪୦ ତାରକା ପ୍ରଚାରକ

ଓଡ଼ିଶାରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ନିମନ୍ତେ ବିଜେଡି ପକ୍ଷରୁ ଘୋଷଣା ହୋଇଛି ୪୦ ଜଣିଆ ତାରକା ପ୍ରଚାରକ ସୂଚୀ। ଏହି ପ୍ରଚାରକ ସୂଚୀର ଶୀର୍ଷରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ରହିଛି। ନବୀନ ସେନାର ଦୁଇ ସେନାପତି କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ନାମ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବାବେଳେ ଦଳର ବରିଷ୍ଠ ତଥା ଅଭିଜ୍ଞ ନେତାମାନେ ପ୍ରଚାର ନିମନ୍ତେ ମଇଦାନକୁ ଓହ୍ଲାଇବେ। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପ୍ରତାପ ଜେନା, ଡ. ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ବତନ ସାଂସଦ ଏନ୍‌‌ ଭାସ୍କର ରାଓ, କଟକ ମେୟର ସୁବାସ ସିଂ, ସାଂସଦ ଡ. ସସ୍ମିତ୍‌‌ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହାନ୍ତ, ମୁଜିବୁଲ୍ଲା ଖାନ(ମୁନା), ସୁଲତା ଦେଓ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ୍‌‌, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ପ୍ରଣବ କୁମାର ବଳବନ୍ତରାୟ, ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ, ରମେଶ ଚନ୍ଦ୍ର ମାଝି, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର, ଏସ୍‌‌କେ ନିଜାମୁଦ୍ଦିନ୍‌‌, ଇଶ୍ୱର ପାଣିଗ୍ରାହୀ, ଅମରେଶ ଜେନା, ଏଲିନା ଦାଶ ମଧ୍ୟ ଏହି ସୂଚୀରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.