ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ଜିତିବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବିଜେଡି – ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ବିବୃତ୍ତି

ଭୁବନେଶ୍ବର: ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ବିବୃତି ଦେଇଛନ୍ତି। ଭାରତୀୟ ରାଜନୀତିରେ ଶାସନରେ ଥିବା ଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବା କ୍ବଚିତ ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ କାହିଁକି ମେଣ୍ଟ ହେଉଥିବା ଆଲୋଚନା ହେଉଛି ବୋଲି ପ୍ରଶ୍ନର ଉତ୍ତରରେ ନବୀନ ଓଡିଶା ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ଅନେକ ସମୟରେ ରାଜନୈତିକ ଦଳମାନେ ମେଣ୍ଟ କରିଥାନ୍ତି ନିର୍ବାଚନ ଜିତିବାକୁ କିମ୍ବା ନିର୍ବାଚନ ଗଣିତକୁ ପ୍ରଭାବିତ କରିବାକୁ । କିନ୍ତୁ ଉଭୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଜିତିବାକୁ ମେଣ୍ଟର ଆବଶ୍ୟକତା ନାହିଁ । ଅର୍ଥାତ ଦେଶରେ ଶାସନକୁ ଫେରିବାକୁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ କି ରାଜ୍ୟରେ ଶାସନକୁ ଫେରିବା ପାଇଁ ବିଜେପିର ସହଯୋଗର ଆବଶ୍ୟକତା ନାହିଁ ।

ବର୍ତ୍ତମାନ ଆସୁଥିବା ସବୁ ସର୍ଭେ ରିପୋର୍ଟ କହୁଛି ନିଃସନ୍ଦେହରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । କିଛି କଥା ରାଜନୀତିର ଉର୍ଦ୍ଧ୍ବରେ ଥାଏ । ଏଭଳି ପରିସ୍ଥିତିରେ ମେଣ୍ଟ ସମ୍ଭାବନା କେବଳ ଦୁଇ ରାଜନେତାଙ୍କ ରାଷ୍ଟ୍ରନୀତିଜ୍ଞ ପଣିଆ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଏକ ମହତ ଉଦ୍ଦେଶ୍ୟ ପାଇଁ ଉଭୟ ଏକାଠି ହେବା । ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ କହିଛନ୍ତି । ବିଜେପି କିମ୍ବା ବିଜେଡି ପାଇଁ ଏଥରେ କୌଣସି ନିର୍ବାଚନୀ ମୂଲ୍ୟ ନାହିଁ ।

ଲୋକପ୍ରିୟତା ପାଇଁ ପ୍ରତିଥର ନିର୍ବାଚନରେ ତିନି ଚତୁର୍ଥାଂଶ ଭୋଟରେ ଜିତୁଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେଡି ୯୫ ପ୍ରତିଶତ ଆସନରେ ଜିତିଛି । ଏହି ଦୁଇ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ସେମାନେ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ଏହା ଦୁଇ ରାଷ୍ଟ୍ରନାୟକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କର ଉଦାହାରଣ । ଏଥିରେ କୌଣସି ରାଜାନୀତି ନାହିଁ । ତେବେ ମେଣ୍ଟ ନେଇ କିଛି ହେଲେ ସମସ୍ତେ ଜାଣିପାରିବେ ବୋଲି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ କହିଛନ୍ତି।

Leave A Reply

Your email address will not be published.