ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡି ସାଂସଦଙ୍କୁ ସୁପ୍ରିମୋଙ୍କ ଗୁରୁମନ୍ତ୍ର : ସଂସଦର ମୌସୁମୀ ଅଧିବେଶନରେ ଉଠାଅ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ବର : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏହାପୂର୍ବରୁ ଆଜି ବିଜେଡିର ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂସଦର ଆଗାମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଭାବେ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଲୋକସଭା ଓ ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦମାନଙ୍କୁ ସ୍ୱାଗତ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ପାଇଁ ଗୃହରେ ସ୍ୱରକୁ ତେଜିଆନ୍ କରନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମ ସାଂସଦମାନେ ମିଳିତ ଭାବେ ସ୍ୱର ଉତ୍ତଳନ କରନ୍ତୁ । ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ନେଇ ଗତ ମେ ୩୦ରେ ମୁଁ ଏକ ବୈଠକରେ ଏକାଠି ହୋଇଥିଲି । ଏବେ ଏ ପ୍ରସଙ୍ଗଗୁଡିକୁ ଆପଣମାନେ ସଂସଦର ଆଗାମୀ ଅଧିବେଶନରେ ଦୃଢତାର ସହ ଉଠାନ୍ତୁ । ଧାର୍ଯ୍ୟ ସମୟସୀମାରେ ଓଡିଶା କିଭଳି ତାର ନାର୍ଯ୍ୟ ହକ୍ ପାଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ନବୀନ କହିଛନ୍ତି । ରାଜ୍ୟରେ ପଡିରହିଥିବା ଅତିରିକ୍ତ ୫ ଲକ୍ଷ ମେଟ୍ରିକ ବଳକା ଚାଉଳ ଉଠାଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ୧.୮୪ ଲକ୍ଷ ଘର ଯୋଗାଣ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ସ୍ଲାବରୁ ବାଦ୍ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେଡି ଏମପି ମାନେ ବେସ୍ ଗମ୍ଭୀରତାର ସହ ଏ ପ୍ରସଙ୍ଗକୁ ଉଭୟ ଗୃହରେ ଉଠାନ୍ତୁ । ସାଂସଦମାନଙ୍କୁ ନବୀନ କହିଲେ ରାଜ୍ୟରେ ପଡ଼ିରହିଥିବା ରେଳବାଇ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ପାଇଁ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷଣ ଏବଂ ଓଡିଶା ବିଧାନ ପରିଷଦ ଗଠନ ଭଳି ପୂରଣା ଦାବିଗୁଡିକୁ ବିଜେଡି ସାଂସଦମାନେ ଗୃହରେ ଜୋରଦାର କରନ୍ତୁ ।

ରେଳ ବାଇ, ବ୍ୟାଙ୍କିଂ, ଟେଲି ସାନ୍ଦ୍ରତା, କୋଇଲା ରୟାଲିଟି, ସ୍ୱଚ୍ଛ ଶକ୍ତି ସେସ୍, ଉପକୂଳ ରାଜପଥ ନିର୍ମାଣ ଭଲି ପ୍ରସଙ୍ଗରେ କେନ୍ଦ୍ର ଓଡିଶାକୁ କ୍ରମାଗତ ଭାବେ ଅବହେଳା କରିଆସିଛି । ତେଣୁ ଆମ ସାଂସଦମାନେ ଏହାକୁ ଦୃଢ ସ୍ୱରରେ ସଂସଦରେ ଉଠାଇବାର ଆବଶ୍ୟକତା ରହିଛି । ଏହାଛଡା ମୁଖ୍ୟମନ୍ତ୍ରୀ କହିଲେ ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଓଡିଶାବାସୀ ଓ ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇବାକୁ ନବୀନ ଉଭୟ ଲୋକସଭା ଓ ରାଜ୍ୟସଭାର ଦଳୀୟ ସାଂସଦମାନଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.