ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଆଇନି ବାଲି ଓ ଚିପ୍ସ ଚାଲାଣ, ୬ଟି ହାଇଓ୍ବା ଜବତ କଲେ ବୋଲଗଡ ତହସିଲଦାର

ବୋଲଗଡ : ବୋଲଗଡ ବ୍ଲକ ଅଞ୍ଚଳ ରେ ବେଆଇନ ଭାବେ ବାଲି, ଚିପସ ଓ ମାଙ୍କଡା ପଥର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । କାଁ ଭାଂ ଚଢାଉ କରି ବିଭାଗୀୟ ଅଧିକାରୀ ମାନେ କଛିଟା ସଫଳ ହେଉଥିବା ବେଳେ ବେଆଇନ ଭାବେ ଉପୋରୋକ୍ତ ପଦାର୍ଥ ସବୁ ଚାଲାଣ କରି ଗାଡି ମାଲିକ ମାନେ ସରକାରଙ୍କ ରାଜସ୍ବ ହଡପ ସହ ଢେର ମୁନାଫା କମାଉଛନ୍ତି । ତେବେ ବୋଲଗଡ ତହସିଲଦାର ଦାୟିତ୍ବରେ ଥିବା ବିଡିଓ ଧୋବେଇ ନାୟକ ଶନିବାର ଭୋର ସମୟରେ ଧଳାପଥର ଠାରେ ବେଆଇନି ଭାବେ ଚାଲାଣ ହେଉଥିବା ବାଲି ଓ ଚିପସ୍ ବୋଝେଇ ୬ଟି ହାଇଓ୍ବା ଗାଡିକୁ ଜବତ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଧଳାପଥର ଫାଣ୍ଡି ନିକଟରେ ରାଜ୍ୟ ରାଜପଥ ଉପରେ ଚାଲାଣ ହେଉଥିବା ବାଲି ଓ ଚିପ୍ସ ବୋଝେଇ 6ଟି ଯାକ ଗାଡିକୁ ତହସିଲଦାର ଦାୟିତ୍ୱରେ ଥିବା ଶ୍ରୀ ନାୟକ ଏବଂ ତହସିଲଦାର କର୍ମଚାରୀ ମାନେ ଅଟକାଇ ଆବଶ୍ୟକୀୟ କାଗଜ ପତ୍ର ପ୍ରମାଣ ଜାଞ୍ଚ କରିବା ପରେ ଗାଡି ଗୁଡିକୁ ଜବତ କରିଥିଲେ । ଜବତ ଗାଡି ଗୁଡିକୁ ଧଳାପଥର ଫାଣ୍ଡି ଦାୟିତ୍ୱ ରେ ରଖାଯାଇଥିବାର କୁହାଯାଇଛି।

Leave A Reply

Your email address will not be published.